fbpx

କୁକୁରକୁ ପୂଜା କରୁଛନ୍ତି ଏହି ପରିବାର: ବାର୍ଷିକରେ ଶହଶହ ସଂଖ୍ୟାରେ ପଶୁମାନଙ୍କୁ ଯୋଗାଇଥାନ୍ତି ଖାଦ୍ୟ

ନୂଆଦିଲ୍ଲୀ: ଅନେକ ଲୋକ ନିଜ ପୋଷା ଜୀବଜନ୍ତୁଙ୍କ ପାଇଁ ଖୁବ ଦରଦୀ ହୋଇଥାନ୍ତି । ସେମାନଙ୍କ ସହିତ ଯୋଡି ଦେଇଥାନ୍ତି ଏକ ଅତୁଟ ବନ୍ଧନ । ଠିକ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ହୁଗୁଳିରେ । ପୋଷା କୁକୁରର ମୃତ୍ୟୁ ହୋଇଯିବାରୁ ତା ସ୍ମୃତିରେ ପରିବାର ଶ୍ରାଦ୍ଧ ଦିବସ ପାଳନ କରୁଛି । ପ୍ରଥମ ଶ୍ରାଦ୍ଧ ଦିବସ ଅବସରରେ ରାସ୍ତାକଡରେ ଶହ ଶହ ସଂଖ୍ୟାରେ ବୁଲୁଥିବା କୁକୁରଙ୍କୁ ଖାଦ୍ୟ ଦେଇଥିଲେ ।

ଏଠାକାର ଚନ୍ଦନନଗର ଅଞ୍ଚଳର ତରୁଣ ଘୋଷ ଦସ୍ତିଦାରଙ୍କ ପରିବାରରେ ରହୁଥିଲେ ପୋଷା କୁକୁର । ବିଛୁ ନାମକ ଗୋଟିଏ ପୋଷା କୁକୁରର ଗତବର୍ଷ ମୃତ୍ୟୁ ହୋଇଯାଇଥିଲା । ତେବେ ବିଛୁର ସ୍ମୃତିରେ ପରିବାର ଲୋକେ ଶ୍ରାଦ୍ଧ ଦିବସ ପାଳନ କରିଛନ୍ତି । କୌଣସି ମଣିଷର ଶ୍ରାଦ୍ଧ ଦିବସ ଭଳି କୁକୁର ପାଇଁ ମଧ୍ୟ ପାଳନ କରିବାକୁ ମନସ୍ଥ କରିଛନ୍ତି ତରୁଣଙ୍କ ପରିବାର ଲୋକେ । ତେଣୁ ରବିବାର ଘରକୁ ଫୁଲରେ ସଜାଇବା ସହ ବିଛୁର ଫଟୋକୁ ମଧ୍ୟ ଫୁଲରେ ସଜାଇ ପୂଜା କରିଛନ୍ତି । ଏହା ସହିତ ମିଟ-ରାଇସ ପ୍ରସ୍ତୁତ କରିଥିଲେ ପରିବାର ଲୋକେ । ଏସବୁକୁ ଭ୍ୟାନରେ ନେଇ ରାସ୍ତାକଡରେ ବୁଲୁଥିବା ଶହ ଶହ ବୁଲା କୁକୁରଙ୍କୁ ଦେଇଛନ୍ତି । ତେବେ ସବୁଠୁ ବଡ କଥା ହେଉଛି ତରୁଣଙ୍କ ପରିବାର ନିରାମିଷ ହୋଇଥିବା ବେଳେ କୁକୁରଙ୍କ ପାଇଁ ଆମିଷ ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ଦେଇଛନ୍ତି ।

ତେବେ ତାଙ୍କ ପରିବାର ଏମିତି ପ୍ରଥମ ଥର କରି ନାହାନ୍ତି । ପୂର୍ବରୁ ମଧ୍ୟ ବୁଲା କୁକୁରଙ୍କ ପାଇଁ କାଦ୍ୟ ପ୍ରସ୍ତୁତ କରି ସେମାନଙ୍କୁ ଖାଇବାକୁ ଦେଇଛନ୍ତି । ବୁଲା ପଶୁପକ୍ଷୀଙ୍କ ପ୍ରତି ତରୁଣଙ୍କ ପରିବାରର ଏହି ଭଲ ପାଇବା ଏବଂ ସେବାକୁ ଦେଖି ପଶୁପ୍ରେମୀଙ୍କ ସହିତ ସ୍ଥାନୀୟ ଲୋକେ ଭୁରି ଭୁରି ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.