fbpx

ଜେଲରେ ବନ୍ଦୀ ଥିବା କଏଦୀଙ୍କ ସହ ହୋଇଗଲା ପ୍ରେମ, ପ୍ରତିଦିନ ଚିଠି ଲେଖନ୍ତି ଏହି ଝିଅ

ନୂଆଦିଲ୍ଲୀ: ପ୍ରକୃତରେ ପ୍ରେମ ଏପରି ସ୍ଥାନରେ ହୋଇଥାଏ ତାହା କାହାକୁ ମଧ୍ୟ ଜଣା ନଥାଏ । ସେହିପରି ଏକ ଘଟଣା ସାମ୍ନାକୁ ଆସିଛି । ସଭାନ୍ନା ଫିଫର ନାମକୁ ଜଣେ ଝିଅକୁ ଏକ କଏଦୀଙ୍କ ସହ ପ୍ରେମ ହୋଇଯାଇଛି । ସେ ଇଷ୍ଟ ଅଷ୍ଟ୍ରେଲିଆର ଏକ ଫିଫୋ ୱାର୍କର ଅଟନ୍ତି । ବହୁ ପ୍ରେମରେ ଧୋକା ଖାଇସାରିବା ସେ ଏକ ଲାଇଫ ପର୍ଟନରଙ୍କୁ ପାଇଛନ୍ତି ଯିଏ ତାଙ୍କ ଠାରୁ ୧୫ ହଜାର କିମି ଦୂରରେ ଅଛନ୍ତି ।

୨୯ ବର୍ଷର ସଭାନ୍ନାଙ୍କ କହିବା ଅନୁସାରେ, ତାଙ୍କ ବୟଫ୍ରେଣ୍ଡଙ୍କୁ ୩୧ ବର୍ଷ , ସେ ତାଙ୍କର ବହୁତ ଯତ୍ନ ନିଅନ୍ତି ଏବଂ ବହୁତ ଭଲ ପାଆନ୍ତି ମଧ୍ୟ । ତାଙ୍କ ବୟଫ୍ରେଣ୍ଡଙ୍କ ନାମ ଏଲେକ୍ସ । ସେ ଜଣେ ଆମେରିକୀୟ କଏଦୀ ଅଟନ୍ତି ଏବଂ ତାଙ୍କ ଠାରୁ ୧୫ ହଜାର କିମି ଦୂରରେ ରୁହନ୍ତି । ତେବେ ଏହି ଦୁଇ ଜଣ Write A Prisoner  ସେବା ମଧ୍ୟମରେ ଚିଠି ପଠାନ୍ତି । ସଭାନ୍ନାଙ୍କ କହିବା ଅନୁସାରେ, ସେ ଅନ୍ୟ କଏଦୀ ମାନଙ୍କୁ ମଧ୍ୟ ଚିଠି ଲେଖନ୍ତି ହେଲେ କାହା ପାଖରୁ କୌଣସି ଉତ୍ତର ଆସିନଥାଏ । ହେଲେ ଚିଠିର ଉତ୍ତର ଏଲେକ୍ସଙ୍କ ଠାରୁ ଆସିଥିଲା ଏବଂ ସେହିଦିନରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ବଢିଥିଲା ।

ପୁଣି ସେ କହିଛନ୍ତି ଯେ, ୨୦୨୨ର ଡିସେମ୍ବର ମାସରେ ଆମେ ରିଲେସନସିପରେ ଆସିଥିଲୁ । ଆଜି ପର୍ଯ୍ୟନ୍ତ ସେମାନେ ଦୁହେଁ ଦୁହିଁଙ୍କୁ ଦେଖି ନାହାନ୍ତି ମଧ୍ୟ ହେଲେ ତାଙ୍କ ମଧ୍ୟରେ ପ୍ରେମ ହୋଇଯାଇଛି । ଚିଠି ଲେଖିବା ଭିତରେ ସେମାନେ ଫୋନରେ କଥା ମଧ୍ୟ ହୋଇଛନ୍ତି । ଫୋନରେ କଥା ହେବା ପରେ ସେ ଆହୁରି ନିକଟତର ହୋଇଛନ୍ତି । ସେ ଏପରି ସଂପର୍କ କେଉଁଠାରେ ମଧ୍ୟ ଦେଖିନାହାନ୍ତି ଏବଂ ସେ ଜେଲରୁ ବାହାରିବା ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିଛନ୍ତି ।

Get real time updates directly on you device, subscribe now.