fbpx
BSKY
BJD MC SKY
BJD MS SKY

ସାଉଦି ଆରବ ତୈଳ ଉତ୍ପାଦନ ହ୍ରାସ କରିବ! କ’ଣ ହେବ ବିଶ୍ୱର ପରିସ୍ଥିତି, ଜାଣନ୍ତୁ ଭାରତ ଉପରେ କେତେ ପ୍ରଭାବ ପଡିବ

ନୂଆଦିଲ୍ଲୀ : ଯଦି ସାଉଦି ଆରବ ତୈଳ ଉତ୍ପାଦନ ହ୍ରାସ କରାଇ ଦେବ ତେବେ କ’ଣ ହେବ ବିଶ୍ୱର ଅବସ୍ଥା । ଏବେ ଏହି ପ୍ରଶ୍ନ ସମସ୍ତଙ୍କୁ ବିବ୍ରତ କରିଛି । ଆନ୍ତର୍ଜାତୀୟ ଶକ୍ତି ଏଜେନ୍ସି ବିଶ୍ଳେଷକ ଫାତିହ ବିରୋଲ ପୂର୍ବାନୁମାନ କରିଛନ୍ତି ଯେ ତୈଳ ଉତ୍ପାଦନ ହ୍ରାସ କରିବା ପାଇଁ ସାଉଦି ଆରବ ଯୋଜନା କରୁଛି । ଯାହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡିବ । ଏହାର ପ୍ରଭାବରେ ବିଶ୍ୱ ଅର୍ଥନୀତି ପାଇଁ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ । ଏହା ସହିତ ବଜାରକୁ ବର୍ଷର ଦ୍ୱିତୀୟାର୍ଦ୍ଧରେ ତୈଳ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିପାରେ । ଆନ୍ତର୍ଜାତୀୟ ଶକ୍ତି ଏଜେନ୍ସି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଫାତିହ ବିରୋଲ କହିଛନ୍ତି ଯେ ସାଉଦି ଆରବ, ଋଷ ଏବଂ ଅନ୍ୟ ଓପିଟିସି ଉତ୍ପାଦକକାରୀ ଦେଶ ତୈଳ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ଫଳରେ ବର୍ଷର ଦ୍ୱିତୀୟାର୍ଦ୍ଧରେ ଅର୍ଥାତ୍‌ ଦ୍ୱିତୀୟ ଛଅ ମାସରେ ତୈଳର ଅବସ୍ଥା ସଙ୍କଟଜନକ ରହିବ ।

ଭାରତରେ କ’ଣ ପ୍ରଭାବ

ଭାରତ ଏକ ଶକ୍ତି ଏବଂ ତୈଳ ଆମଦାନୀ ଦେଶ ହୋଇଥିବାରୁ ତୈଳ ଉତ୍ପାଦନ ହ୍ରାସର ପ୍ରଭାବ ସିଧାସଳଖ ପଡିବ । ଏହି କାରଣରୁ ଭାରତର ଅର୍ଥନୀତି ମଧ୍ୟ ସଙ୍କଟରେ ପଡିପାରେ । ଭାରତ ବର୍ତ୍ତମାନ ରୁଷରୁ ସର୍ବାଧିକ ତେଲ ଆମଦାନୀ କରୁଛି । ବର୍ତ୍ତମାନ ଋଷ ସବୁଠାରୁ କମ୍ ଦାମରେ ଭାରତକୁ ତୈଳ ରପ୍ତାନୀ କରୁଛି । ଭାରତ ଏକ ବର୍ଷରୁ ଅଧିକ ସମୟ ଧରି ଋଷରୁ ତୈଳ ଆମଦାନୀ କରିଆସୁଛି। ଏହି ସମୟ ମଧ୍ୟରେ, ମାର୍ଚ୍ଚ ମାସର ଶେଷ ମାସରେ ରୁଷରୁ ଭାରତ ୧.୬୪ ମିଲିୟନ (୧୬ ଲକ୍ଷ ୪୦ ହଜାର) ବ୍ୟାରେଲ ଅଶୋଧିତ ତୈଳ ଆମଦାନୀ କରିଛି । ଏହି ପରିପ୍ରେକ୍ଷୀରେ ଋଷଠାରୁ ଇରାକ ତୁଳନାରେ ଭାରତ ଦୁଇଗୁଣ ତେଲ କିଣିଛି।

ଅନ୍ୟପକ୍ଷରେ, ଯଦି ଆମେ ସାଉଦି ଆରବ ବିଷୟରେ କଥା ହେବା, ଭର୍ଟେକ୍ସର ରିପୋର୍ଟ ଅନୁଯାୟୀ ମାର୍ଚ୍ଚରେ ସାଉଦି ଆରବ ଅଶୋଧିତ ତୈଳ ଯୋଗାଣକାରୀ ଭାବରେ ଭାରତ ଦ୍ୱିତୀୟରେ ଥିଲା । ସାଉଦି ଆରବରୁ ଭାରତ ୯ ଲକ୍ଷ ୮୬ ହଜାର ୨୮୮ ବ୍ୟାରେଲ ତେଲ ଏବଂ ଇରାକରୁ ୮ ଲକ୍ଷ ୨୧ ହଜାର ୯୫୨ ବ୍ୟାରେଲ ତେଲ ଆମଦାନୀ କରିଛି। ତେଣୁ ଯଦି ସାଉଦି ଆରବ ତୈଳ ଉତ୍ପାଦନ ହ୍ରାସ କରେ ତେବେ ଭାରତରେ ତୈଳ ଦର ବୃଦ୍ଧି ହେବାର ସମ୍ଭାବନା ରହିଛି । କାରଣ ଉତ୍ପାଦନ କମିଲେ ତୈଳ ଆମଦାନୀ ମଧ୍ୟ କମିବ । ଯାହା ଦେଶରେ ତୈଳର ଅଭାବ ଦେଖା ଦେବ ଏବଂ ପରବର୍ତ୍ତୀ ସମୟରେ ତୈଳ ଦର ବୃଦ୍ଧି ହେବ । କେବଳ ଭାରତ ନୁହେଁ ପୁରା ବିଶ୍ୱରେ ମଦ୍ୟ ତୈଳ ଦର ବୃଦ୍ଧି ହେବ ।

Get real time updates directly on you device, subscribe now.