fbpx

(video)ଅନଲାଇନ୍ ଯୁଗରେ କିଛି ବି ଡେଲିଭରୀ ହୋଇପାରେ, ଭିଡିଓ ଦେଖି ହୋଇଯାଆନ୍ତୁ ସତର୍କ

Advertisement

ଆଜିର ଯୁଗ ବହୁତ ଆଡଭାନ୍ସ ହୋଇଯାଇଛି । ପୂର୍ବରୁ ଆମେ କିଛି ବି କିଣୁଥିଲେ ଦୋକାନକୁ ଯାଇ ପଇସା ଦେଇ କିଣୁଥିଲୁ । କିନ୍ତୁ ଏବେ ବ୍ୟକ୍ତି ଘରେ ବସି ବେଶ୍ ଆରାମରେ ଯେକୌଣସି ଜିନିଷ କିଣିପାରୁଛି । ବ୍ୟକ୍ତିର ପସନ୍ଦର ଜିନିଷ ଡେଲିଭରୀ ବୟ ଘରେ ଆସି ଦେଇଯାଉଛି । ଅନଲାଇନ୍ ସୁବିଧା ଏତେ ମାତ୍ରାରେ ବଢିଯାଇଛି କି ଅନ୍ୟ କେହି ମଧ୍ୟ ଆପଣଙ୍କ ଲାଗି ଜିନିଷ କିଣି ଆପଣଙ୍କ ଘରକୁ ଡେଲିଭରୀ କରିପାରିବ । କିନ୍ତୁ ଏହି ବ୍ୟବସ୍ଥାର ଏକ ଅଜବ ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଆପଣ ଅନଲାଇନ୍‌ରେ ଡ୍ରେସ୍‌, ଗୃହ ଉପକରଣ, ଇଲେକ୍ଟ୍ରୋନିକ ଜିନିଷ, ପୁସ୍ତକ ଠାରୁ ଆରମ୍ଭ କରି ଘର ପାଇଁ ଆବଶ୍ୟକ ବିଭିନ୍ନ ସାମଗ୍ରୀ ମଗାଇଥିବେ । କିନ୍ତୁ କାହାପାଇଁ କେବେ ଆପଣ ଅନଲାଇନରେ ଚାପୁଡା ଅର୍ଡର କରିଛନ୍ତି କି ଏପରି ଅର୍ଡର ବିଷୟରେ ଶୁଣିଛନ୍ତି । ନିଶ୍ଚୟ ନୁହେଁ । କିନ୍ତୁ ଭିଡିଓରେ ଦେଖିବାକୁ ମିଳୁଛି ଯେମିତି ଜଣେ ଯୁବକ ଘରୁ ବାହାରକୁ ବାହାରୁଛି ସେତେବେଳେ ଏକ ଡେଲିଭରୀ ବୟ ତାଙ୍କ ପାଖରେ ପହଞ୍ଚୁଛି । ଏହାପରେ ସେ ଯୁବକଙ୍କୁ ନାମ ପଚାରିବା ପରେ ତାଙ୍କୁ ଦୁଇଥର ଚାପୁଡା ମାରୁଛି ଓ ଏହାପରେ ତାଙ୍କ ଦସ୍ତଖତ ନେଇ ଚାଲିଯାଉଛି । ଯଦିଓ ଏହି ଭିଡିଓଟିକୁ ଏକ ମଜାକ୍ ଉଦ୍ଦେଶ୍ୟରେ ତିଆରି କରଯାଇଛି ତଥାପି ଭବିଷ୍ୟତରେ ଏପରି କିଛି ବି ହୋଇପାରେ ବୋଲି ଭିଡିଓ ସେୟାର କରିଥିବା ବ୍ୟକ୍ତି କହିଛନ୍ତି ।
ଭିଡିଓଟିକୁ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଏକ୍ସରେ @HasnaZaruriHai ନାମକ ପେଜ୍ ସେୟାର କରିଛି । ଭିଡିଓ ସେୟାର କରାଯାଇ କ୍ୟାପସନରେ ଲେଖାଯାଇଛି ଆଜିକାଲି ଅନଲାଇନ୍‌ରେ କିଛି ବି ଡେଲିଭରୀ କରାଯାଇପାରେ ।

Get real time updates directly on you device, subscribe now.