fbpx
BJD SKY
BJD SKY

ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କକୁ ଆହୁରି ନିବିଡ଼ କରିଥାଏ ଏହି କଥା: ରିଲେସନରେ ଆସିବନି ଫାଟ

BJD

ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ କେବେ କେବେ ପ୍ରେମ ତ ଆଉ କେବେ ଛୋଟ-ଛୋଟ କଳି ଝଗଡାକୁ ନେଇ ଆଗକୁ ବଢିଥାଏ । ଆଜିକାଲିର ଜୀବନ ଶୈଳୀରେ ବିବାହ ପରେ ପତି-ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ବହୁତ ଜଲଦୀ ଖରାପ ହୋଇଯାଏ । ପୂର୍ବ ସମୟରେ ଲୋକମାନେ ନିଜ ସମ୍ପର୍କକୁ ବଜାୟ ରଖିବାକୁ ସବୁ ପ୍ରକାର ଚେଷ୍ଟା କରୁଥିଲେ । କିନ୍ତୁ ଆଜିକାଲିର ବିବାହରେ ସମାନତା, ଦୁହିଁଙ୍କ ସହମତି, ରାୟ, ବିଚାର ଆଦିକୁ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ଅନ୍ୟର କଥାକୁ ଶୁଣିବା ଓ ଉଦାରତା ସହ ପ୍ରତିକ୍ରିୟା ଦେବା ଜରୁରୀ । ଯଦି ଆପଣ ଚାହାନ୍ତି କି ଆପଣଙ୍କ ସମ୍ପର୍କ କେବେ ବି ଫାଟ ସୃଷ୍ଟି ନହେଉ, ତେବେ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ..

-ବିବାହ ଏକ ଲଙ୍ଗଟର୍ମ ଇନଭେଷ୍ଟମେଣ୍ଟ ପରି ହୋଇଥାଏ । ତୁମେ ଯେତେ ପ୍ରେମ ଦେବ, ଭବିଷ୍ୟତରେ ତାହା ଦ୍ୱିଗୁଣିତ ହୋଇ ଆପଣଙ୍କ ପାଖକୁ ଫେରିଆସିବ ।

– ଅଧିକାଂଶ ଝଗଡା କୌଣସି ଯୁକ୍ତିଯୁକ୍ତ କଥାରୁ ହୋଇନଥାଏ । ତାହା ଯେକୌଣସି କଥାରୁ ବି ହୋଇପାରେ, କିନ୍ତୁ ଠିକ୍ ଉପାୟ ମାଧ୍ୟମରେ ତାହାର ସମାଧାନ କରିବା ଆବଶ୍ୟକ ।

-ପିଲାମାନଙ୍କୁ ଯେତେ ଭଲ ପାଇଲେ ବି ତୁମ ସମ୍ପର୍କକୁ ବି ସେତିକି ଧ୍ୟାନ ଦିଅନ୍ତୁ । ପିଲାଙ୍କ ଦାୟିତ୍ୱ ସହ ସମ୍ପର୍କକୁ ମହତ୍ତ୍ୱ ଦେଲେ ହି ସମସ୍ତେ ଖୁସିରେ ରହିପାରିବେ ।

-ବିବାହ ଜୀବନକୁ ସୁଚାରରୂପେ ଚଳାଇବା ପାଇଁ ତ୍ୟାଗ, ସମର୍ପଣ, ପରସ୍ପର ପ୍ରତି ବିଶ୍ୱାସ ଥିବା ଜରୁରୀ । ଯଦି ଏଥିରୁ କୌଣସିଟିରୁ ବି ଊଣା ହୁଏ, ତେବେ ସମ୍ପର୍କ ଖରାପ ହୋଇଯାଏ ।

Get real time updates directly on you device, subscribe now.