fbpx

ବିଶ୍ୱର ବିଚିତ୍ର ରଙ୍ଗୀନ୍ ହ୍ରଦ: ଜାଣନ୍ତୁ କ’ଣ ରହିଛି ଏହାର ରହସ୍ୟ

ସାରା ବିଶ୍ୱରେ ଏମିତି କିଛି ନଦୀ, ହ୍ରଦ ତଥା ଜଳାଶୟ ଅଛି, ଯାହାର ରହିଛି କିଛି ସ୍ୱତନ୍ତ୍ର୍ୟ । ସେମିତି ଏକ ଅଦ୍ଭୁତ ହ୍ରଦ ହେଉଛି କାନାଡ଼ାର ‘ସ୍ପଟେଡ୍ ଲେକ୍’ ବା ଚିତ୍ରିତ ହ୍ରଦ । ବ୍ରିଟିଶ୍ କଲମ୍ବିଆର ଓକାନାଗାନ ଉପତ୍ୟକାର ଓସୋୟୋସର ଉତ୍ତର-ପଶ୍ଚିମ ଦିଗରେ ଥିବା ଏହି ହ୍ରଦ ଶୀତ ଏବଂ ବସନ୍ତ ଋତୁରେ ସାଧାରଣ ମନେହୁଏ । ତେବେ ଗ୍ରୀଷ୍ମ ଋତୁରେ ଅଧିକାଂଶ ଜଳ ବାଷ୍ପୀଭୂତ ହୋଇଯାଏ ଓ ସୃଷ୍ଟି ହୁଏ ନୀଳ, ହଳଦୀ, ଓ ସବୁଜ ରଙ୍ଗର ଦାଗ ସହ ଶହ ଶହ ବିଶାଳ ଉଜ୍ୱଳ ପୁଷ୍କରିଣୀ । ଆଉ ସେତେବେଳେ ତାହା ଦେଖିବାକୁ ଏକ ରଙ୍ଗୀନ କାନଭାସ୍ ପରି ମନେ ହୁଏ । ଯାହାକୁ ଚିତ୍ରିତ କରେ ପ୍ରକୃତିର ଚିତ୍ରକର ।

ସିବିସି (କାନାଡିଆନ୍ ବ୍ରଡ୍କାଷ୍ଟିଂ କର୍ପୋରେସନ୍) ଚିତ୍ରିତ ହ୍ରଦକୁ କାନାଡାର ସବୁଠାରୁ ଯାଦୁକରୀ ସ୍ଥାନ ବୋଲି କହିଛି । ଏହିଦୃଶ୍ୟ ବେଶ୍ ଅଲୌକିକ ମନେହୁଏ । ତେବେ କ’ଣ ଏହାର କାରଣ ରଙ୍ଗୀନ ପୁଷ୍କରିଣୀଗୁଡ଼ିକ ହେଉଛି ଖଣିଜ ପଦାର୍ଥର ଏକତ୍ରୀକରଣର ଫଳ । କ୍ୟାଲ୍ସିୟମ୍, ସୋଡିୟମ୍ ସଲଫେଟ୍ ଏବଂ ମ୍ୟାଗ୍ନେସିୟମ୍ ସଲଫେଟ୍ ଯାହା ପାଣିରୁ ସଂଗୃହୀତ ହୋଇ ରହିଥାଏ, ଖଣିଜ ପଦାର୍ଥ ଏବଂ ଲୁଣ ଆଖପାଖ ପାହାଡରୁ ଚାଲିଆସେ ।

ପ୍ରତ୍ୟେକ ପୁଷ୍କରଣୀରେ ଖଣିଜ ପଦାର୍ଥର ଏକତ୍ରୀକରଣ ଉପରେ ଏହାର ରଙ୍ଗ ସବୁ ନିର୍ଭର କରେ । ବ୍ରିଟିଶ୍ କଲମ୍ବିଆ ପରିଦର୍ଶକ କେନ୍ଦ୍ର ଅନୁଯାୟୀ, ଓକାନାଗାନ୍ ଜାତିର ଆଦିବାସୀମାନେ ଅନେକ ଶତାବ୍ଦୀ ଧରି ଚିତ୍ରିତ ହ୍ରଦକୁ ଏକ ପବିତ୍ର ସ୍ଥାନ ଭାବରେ ବିବେଚନା କରିଆସୁଛନ୍ତି । ସେମାନେ ବିଶ୍ୱାସ କରୁଥିଲେ ଯେ ହ୍ରଦରେ ସୃଷ୍ଟି ହେଉଥିବା ପ୍ରତ୍ୟେକ ଗର୍ତ୍ତର ବିଭିନ୍ନ ଆରୋଗ୍ୟ ଏବଂ ଔଷଧୀୟ ଗୁଣ ରହିଛି । ହ୍ରଦ ଦେଖିବାକୁ ଚାହୁଁଥିବା ପର୍ଯ୍ୟଟକ ଅତି ନିକଟକୁ ଯାଇପାରିବେ ନାହିଁ । ଏହି ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ ଏକ ବାଡ଼ ନିର୍ମାଣ କରାଯାଇଛି ।

Get real time updates directly on you device, subscribe now.