fbpx

ଚାକିରି କରିବ ତ ଏମିତି: ଧାଡିରେ ଛିଡା ହେଲେ ମାସକୁ ମିଳିବ ୫ ଲକ୍ଷ ଟଙ୍କା

ନୂଆଦିଲ୍ଳୀ: ଚାକିରି କଲେ ମାସକୁ ଦରମା ମିଳିଥାଏ । ତେବେ ଏମିତି କିଛି ଚାକିରି ରହିଛି ଯାହା ଶୁଣିଲେ ଆପଣ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ । ଏମିତି ଏକ ଚାକିରି ରହିଛି ଯେଉଁଥିରେ କିଛି କାମ ନକରି କେବଳ ଧାଡିରେ ଛିଡା ହେବାକୁ ପଡୁଛି । ଧାଡିରେ ଛିଡା ହେଲେ ମାସିକ ୫ ଲକ୍ଷ ଟଙ୍କା ଆୟ ହେଉଛି । ଫ୍ରେଡି ବେକିଟ୍ ନାମକ ଏହି ବ୍ୟକ୍ତି ଜଣଙ୍କ ଅନ୍ୟମାନଙ୍କ ପାଇଁ ଧାଡିରେ ଛିଡା ହୁଅନ୍ତି । ଫ୍ରେଡି ୮ ଘଣ୍ଟା ଧରି ଲାଇନରେ ଛିଡା ହେଉଥିବା ବେଳେ ଦିନକୁ ୧୬ ହଜାର ଟଙ୍କା ଆୟ କରନ୍ତି ।

ଫ୍ରେଡି ଏକ ଘଣ୍ଟା ଲାଇନରେ ଛିଡା ହେବା ପାଇଁ ପ୍ରାୟ ୨୦ ପାଉଣ୍ଡ ବା ଭାରତୀୟ ମୁଦ୍ରାରେ ୨୦୦୦ ଟଙ୍କା ନେଇଥାନ୍ତି । ଏହି ହିସାବରେ ଦୈନିକ ୮ ଘଣ୍ଟାର ଡ୍ୟୁଟି କଲେ ୧୬ ହଜାର ଟଙ୍କା ଆୟ କରିଥାନ୍ତି । ଦୈନିକ ୧୬ ହଜାର ଟଙ୍କା ହିସାବରେ ମାସିକ ୪ ଲକ୍ଷ ୮୦ ହଜାର ଟଙ୍କା ଆୟ କରିଥାନ୍ତି ଫ୍ରେଡି । ଫ୍ରେଡି ପେଶାରେ ଜଣେ କାଳ୍ପନିକ ଐତିହାସିକ ଲେଖକ । ଫ୍ରେଡ କହିଛନ୍ତି ଏପରି କାମ କରିବା ଦ୍ୱାରା ତାଙ୍କୁ ଲେଖିବାକୁ ପ୍ରବଳ ସମୟ ମଧ୍ୟ ମିଳିଯାଇଥାଏ । ଏହା ସହିତ ଫ୍ରେଡି କହିଛନ୍ତି ତାଙ୍କୁ ହାଡଭଙ୍ଗା ଶୀତରେ ମଧ୍ୟ ଧାଡିରେ ଛିଡା ହେବାକୁ ପଡିଥାଏ । ତେବେ ଖରାଦିନରେ ତାଙ୍କର ସର୍ବାଧିକ ଆୟ ହୋଇଥାଏ ବୋଲି ଫ୍ରେଡି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.