fbpx

୨୦ ବର୍ଷରୁ ପଥର ଖାଉଛନ୍ତି ଏହି ବ୍ୟକ୍ତି: ଇଶ୍ୱରୀୟ ଶକ୍ତିରେ ସମାଧାନ କରୁଛନ୍ତି ଲୋକଙ୍କ ସମସ୍ୟା

Advertisement

ନୂଆଦିଲ୍ଲୀ: ଛତିଶଗଡ ଜଶପୁର ଜିଲ୍ଲାରେ ରହୁଛନ୍ତି ଜଣେ ଇଶ୍ୱରୀୟ ଶକ୍ତି ପ୍ରାପ୍ତ ବ୍ୟକ୍ତି । ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ଗତ ୨୦ ବର୍ଷରୁ ବ୍ୟକ୍ତି ଜଣକ ପଥର ଖାଉଥିବା କୁହାଯାଉଛି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର କୌଣସି ଅସୁବିଧା କିମ୍ବା କୌଣସି ରୋଗବ୍ୟାଧି ହୋଇ ନାହିଁ । ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାକୁ ଅନେକ ଲୋକ ଦିବ୍ୟଶକ୍ତି ବୋଲି ମଧ୍ୟ କହିଛନ୍ତି । ଅନେକ ଲୋକଙ୍କ ସମସ୍ୟାକୁ ମଧ୍ୟ ସେ ସମାଧାନ କରନ୍ତି । ତେବେ ଆସନ୍ତୁ ଜାଣିବା ସେହି ବ୍ୟକ୍ତିଙ୍କ ସମ୍ପର୍କରେ ।

ଜଶପୁର ବଗିଚା ବ୍ଲକ ଅନ୍ତର୍ଗତ ଛିପାତାଲା ଗ୍ରାମର ସନ୍ତୋଷ ଲକଡା । ଗତ ୨୦ ବର୍ଷରୁ ସେ ପଥରକୁ ନିଜ ଖାଦ୍ୟଭାବେ ବାଛି ନେଇଛନ୍ତି । ଜଣେ ମଣିଷ ଯଦି ପଥର ଖାଇନିଏ ତେବେ ଅନେକ ପ୍ରକାର ରୋଗ ହେବାର ଭୟ ରହିଥାଏ । କିନ୍ତୁ ୨୦ ବର୍ଷରୁ ସବୁବେଳେ ପଥର ଖାଉଥିବା ଏହି ବ୍ୟକ୍ତିଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନହେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ତେବେ ଏହାକୁ ଏକ ଇଶ୍ୱରୀୟ ଶକ୍ତି ବୋଲି କୁହନ୍ତି ସନ୍ତୋଷ । କେବଳ ସେତିକି ନୁହେଁ, ଏହି ଅଲୌକିକ ଦିବ୍ୟଶକ୍ତି ବଳରେ ସେ ଲୋକଙ୍କର ଅନେକ ସମସ୍ୟା ଦୂର କରି ପାରନ୍ତି ବୋଲି ମଧ୍ୟ ଦାବି କରିଛନ୍ତି ।

ସାଇ ଧର୍ମକୁ ଅନୁସରଣ କରୁଥିବା ସନ୍ତୋଷ ଘରେ ପ୍ରଭୁ ଯୀଶୁଙ୍କର ଏକ ପ୍ରତିମା ଏବଂ ଫଟୋ ଲଗାଇଛନ୍ତି । ଏଠାରେ ପ୍ରଭୁଙ୍କୁ ପ୍ରାର୍ଥନା କରିବା ସହ ମାଗଣାରେ ଲୋକମାନଙ୍କ ସମସ୍ୟା ଦୂର କରିଥାଆନ୍ତି ସନ୍ତୋଷ । ଲୋକମାନଙ୍କ ଦୁଃଖକୁ ନିଜେ ଗ୍ରହଣ କରୁଥିବା କହି ସନ୍ତୋଷ ଏହି ପଥରକୁ ଖାଆନ୍ତି । ଏହି ଇଶ୍ୱରୀୟ ଶକ୍ତି ବଳରେ ଗତ ୨୦୦୨ରୁ ସେ ପଥର ଖାଇବା ଆରମ୍ଭ କରିଥିବା ଦାବି କରିଛନ୍ତି । ଯେଉଁ ବ୍ୟକ୍ତିଙ୍କର କଷ୍ଟ ଦୂର କରନ୍ତି, ତାଙ୍କ ସାମନାରେ ସେହି କଷ୍ଟର ନାମ ନେଇ ୪-୫ ପଥର ଖାଇଥାନ୍ତି ସନ୍ତୋଷ । ଏହାପରେ ସେହି ବ୍ୟକ୍ତିଙ୍କ ହାତ ଧରି ଦେବୀ ଦେବତାଙ୍କୁ ଆହ୍ୱାନ କରି ଦୁଃଖ ଦୂର କରିବା ପାଇଁ କାମନା କରିଥାନ୍ତି ।

Get real time updates directly on you device, subscribe now.