fbpx

ସକାଳର ଏହି ଭୁଲ ଯୋଗୁଁ ହୋଇପାରେ କ୍ୟାନ୍ସର, ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ବର୍ତ୍ତମାନ ସମୟରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ହୁହୁ ହୋଇ ବଢିବାରେ ଲାଗିଛି । ତେବେ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ସକାଳର ଗୋଟିଏ ଭୁଲ ଏହି ବିପଦକୁ ବୃଦ୍ଧି କରିପାରେ । ନିୟମିତ ଭାବରେ ଦାନ୍ତ ଘଷିବା ଏବଂ କୁଳି କରିବା ଦ୍ୱାରା ମୁଣ୍ଡ ଏବଂ ଗଳା କର୍କଟ ରୋଗ ହେବାର ଆଶଙ୍କା କମିଯାଏ ।

ଆମେରିକୀୟ ବୈଜ୍ଞାନିକଙ୍କ ଅନୁଯାୟୀ, ପାଟି ସଫା ନକରିବା ଦ୍ୱାରା କେବଳ ମଧୁମେହ ଏବଂ ଉଚ୍ଚ ରକ୍ତଚାପର ଆଶଙ୍କା ବୃଦ୍ଧି ହେବ ତାହା ନୁହେଁ ବରଂ ମୁଣ୍ଡ ଏବଂ ବେକ କର୍କଟ ରୋଗ ମଧ୍ୟ ବଢିଥାଏ । ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ପ୍ରତିଦିନ ସକାଳୁ ଶୀଘ୍ର ବ୍ରସ କରିବା ଜରୁରୀ ଅଟେ । କର୍କଟ ରୋଗର ଆଶଙ୍କା ଏବଂ ପାଟିରେ ଥିବା କେତେକ ଜୀବାଣୁ ମଧ୍ୟରେ ଥିବା ସମ୍ପର୍କକୁ ଚିହ୍ନିବା ପାଇଁ ଏହି ଅଧ୍ୟୟନ କରାଯାଇଥିଲା ।

ଲାଙ୍ଗୋନ୍ ହେଲଥ ଏବଂ ଏହାର ପର୍ଲମୁଟର ଜଣାପଡିଛି ଯେ ପାଟିରେ ରହୁଥିବା ଶହ ଶହ ପ୍ରକାରର ଜୀବାଣୁ ମୁଣ୍ଡ ଏବଂ ବେକ ସ୍କ୍ୱାମସ୍ କୋଷ ବୃଦ୍ଧି ହେବାର ଆଶଙ୍କା ୫୦ ପ୍ରତିଶତ ବଢାଇଥାଏ । ଏଥିରୁ ସ୍ପଷ୍ଟ ହୋଇଛି ଯେ, ପାଟିରେ ଥିବା ଜୀବାଣୁ କ୍ୟାନ୍ସର ଆଶଙ୍କା ବୃଦ୍ଧି କରିପାରେ ।

Get real time updates directly on you device, subscribe now.