fbpx

ଏହି ଲୋକ ଭୁଲରେ ବି ଖାଆନ୍ତୁ ନାହିଁ ହଳଦୀ: ନଚେତ ଅଧିକ ଖରାପ ହୋଇପାରେ ଶରୀର

AAKASH

ହଳଦୀ ଏପରି ଏକ ମସଲା ଯାହାକୁ ଆମେ ରୋଷେଇ କାର୍ଯ୍ୟରେ ବ୍ୟବହାର କରିଥାନ୍ତି । ଏଥିସହିତ ଏଥିରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଥାଏ । ଯାହାକି ଆମ ଶରୀର ପାଇଁ ଖୁବ୍ ଲାଭଦାୟକ । ହଳଦୀରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଥଣ୍ଡା କିମ୍ବା ଶରୀର ବଥା ଅଦିକୁ କମ୍ କରିଥାଏ । ଏତତ୍ ବ୍ୟତୀତ କୌଣସି କ୍ଷତ ସ୍ଥାନରେ ମଧ୍ୟ ହଳଦୀ ଲେପ ଦିଆଯାଇଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏପରି କିଛି ଲୋକ ଅଛନ୍ତି ଯାହାଙ୍କୁ ହଳଦୀ ସେବନ କରିବାକୁ ବାରଣ କରାଯାଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ଲୋକେ ହଳଦୀ ସେବନ କରିବା ଉଚିତ୍ ନୁହେଁ ।

ଏହି ରୋଗୀଙ୍କ ପାଇଁ କ୍ଷତିକାରକ ହଳଦୀ:

୧.ମଧୁମେହ ରୋଗୀ: ମଧୁମେହ ରୋଗରେ ପୀଡିତ ବ୍ୟକ୍ତିମାନେ ସେମାନଙ୍କ ରକ୍ତକୁ ପତଳା ରଖିବା ପାଇଁ ସାଧାରଣତଃ ଅନେକ ପ୍ରକାର ଔଷଧ ସେବନ କରିଥାନ୍ତି । ଏଥିସହିତ ସେମାନଙ୍କୁ ଗ୍ଲୁକୋଜର ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିବାକୁ ଥାଏ । ଯଦି ମଧୁମେହ ରୋଗୀମାନେ ହଳଦୀ ଅଧିକ ମାତ୍ରାରେ ସେବନ କରନ୍ତି ଏହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । କାରଣ ଏହା ସେମାନଙ୍କ ଶରୀରରେ ରକ୍ତ ପରିମାଣ ଯଥେଷ୍ଟ ହ୍ରାସ କରିଥାଏ । ଯାହା ଶରୀର ପାଇଁ ଆଦୌ ଲାଭଦାୟକ ହୋଇନଥାଏ । ତେଣୁ ଏହି ରୋଗୀମାନେ ଅତ୍ୟଧିକ ହଳଦୀ ସେବନ କରିବା ଉଚିତ୍ ନୁହେଁ ।

୨. ଜଣ୍ଡିସ୍ ରୋଗୀ: ଯେଉଁମାନଙ୍କର ଜଣ୍ଡିସ୍ ରୋଗ ଅଛି ସେମାନେ ଯଥାସମ୍ଭବ ହଳଦୀ ଠାରୁ ଦୂରେଇ ରହିବା ଉଚିତ୍ । କାରଣ ଏହା ଶରୀରରେ ସେରମ୍ ବିଲିରୁବିନର ସ୍ତରକୁ ବୃଦ୍ଧି କରିଥାଏ । ତେଣୁ ଏହି ରୋଗୀମାନେ ହଳଦୀସେବନ କରିବା ଉଚିତ୍ ନୁହେଁ । ଯଦି ଏମାନେ ହଳଦୀସେବନ କରିବାକୁ ଚାହାନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ନେବା ଏକାନ୍ତ ଆବଶ୍ୟକ ।

୩. ଷ୍ଟୋନ୍ ରୋଗୀ: ଷ୍ଟୋନ ଏକ ଅତ୍ୟନ୍ତ ଜଟିଳ ରୋଗ, ଯେଉଁମାନେ ଏହି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ସେମାନଙ୍କୁ ବହୁତ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ଏପରି ପରିସ୍ଥିତିରେ, ଏହି ରୋଗୀମାନେ ହଳଦୀ ସେବନକୁ କମ୍ କରିବା ଆବଶ୍ୟକ । ନଚେତ୍ ଏହା ଶରୀରରେ ସମସ୍ୟା ସୃଷ୍ଟି କରିପାରେ ।

୪. ରକ୍ତସ୍ରାବ ରୋଗୀ: ଯେଉଁମାନଙ୍କର ନାକରୁ କିମ୍ବା ଶରୀରର କୌଣସି ଅଙ୍ଗରୁ ରକ୍ତସ୍ରାବ ହୁଏ, ତେବେ ସେମାନେ ହଳଦୀ ସେବନ କରିବା ଉଚିତ୍ ନୁହେଁ । ନଚେତ୍ ଏହା ରକ୍ତସ୍ରାବକୁ ବୃଦ୍ଧି କରିପାରେ ଏବଂ ଶରୀରରେ ରକ୍ତ ଅଭାବ ହୋଇପାରେ । ଯାହା ଭବିଷ୍ୟତରେ ବିପଦର କାରଣ ହୋଇପାରକେ । ତେଣୁ ଏହି ରୋଗୀମାନେ ଅଧିକ ମାତ୍ରାରେ ହଳଦୀ ସେବନ କରନ୍ତୁ ନାହିଁ ।

Get real time updates directly on you device, subscribe now.