fbpx
BJD SKY
BJD SKY

ଅଭିନେତ୍ରୀ ବୈଶାଳୀଙ୍କ ଘରୁ ଜବତ ହେଲା ସୁଇସାଇଡ୍ ନୋଟ୍: ଖୋଲିଲା ଆତ୍ମହତ୍ୟାର ଗୁମର

BJD

ମୁମ୍ବାଇ: ଟିଭି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା ଖବର ସମଗ୍ର ମନୋରଞ୍ଜନ ଦୁନିଆରେ ହଇଚଇ ସୃଷ୍ଟି କରିଛି । ଅଭିନେତ୍ରୀ ଜଣକ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣାର ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ମେଡିକାଲକୁ ପଠାଇଛି । ମୃତକଙ୍କ ପାଖରେ ଏକ ପର୍ସନାଲ ଡାଏରୀ ବି ମିଳିଛି, ଯେଉଁଥିରେ ପଡ଼ୋଶୀରେ ରହୁଥିବା ଏକ୍ସ-ବୟଫ୍ରେଣ୍ଡ ଅତ୍ୟାଚାର କରୁଥିବାର କାରଣ ଦର୍ଶାଯାଇଥିବା କଥା ସାମ୍ନାକୁ ଆସିଛି ।

ଅଭିନତ୍ରେୀଙ୍କ ଶବ ତାଙ୍କ ତେଜାଜୀ ନଗର ଥାନା ଅନ୍ତର୍ଗତ ସାଇ ବାଗ କଲୋନୀରେ ଥିବା ଘରୁ ଜବତ ହୋଇଛି । ମାମଲାର ସୂଚନା ଦେଇ ଏସିପି ମୋତୀ ରହମାନ କହିଛନ୍ତି ଯେ, ‘ତେଜାଜୀ ନଗର ଥାନା ଅଞ୍ଚଳରୁ ସୂଚନା ମିଳିଥିଲା ଯେ ବୈଶାଳୀ ଠକ୍କର ନାମକ ଜଣେ ଟିଭି ଅଭିନେତ୍ରୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଆମେ ଘଟଣସ୍ଥଳରେ ପହଞ୍ଚି ଶବ ସହ ଏକ ସୁଇସାଇଡ ନୋଟ୍ ଜବତ କରିଥିଲୁ । ସୁଇସାଇଡ ନୋଟ୍ ପଢ଼ି ଜଣାପଡିଥିଲା କି , ଅଭିନେତ୍ରୀଙ୍କୁ ହଇରାଣ କରାଯାଉଥିଲା । ଯିଏ ତାଙ୍କୁ ହଇରାଣ କରୁଥିଲା, ତା ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ।’

ସୁଇସାଇଡ ନୋଟ୍ ଅନୁସାରେ, ଅଭିନେତ୍ରୀଙ୍କୁ ତାଙ୍କ ପୂର୍ବ-ପ୍ରେମିକ ହଇରାଣ କରୁଥିଲା । ପୂର୍ବ-ପ୍ରେମିକ ଜଣକ ତାଙ୍କ ପଡୋଶୀ ଥିବା ଜଣାପଡିଛି । ଏହି ଘଟଣା ପ୍ରାୟ ରାତି ସାଢ଼େ ୧୨ରେ ଘଟିଥିଲା । ଘଟଣାକୁ ନେଇ ପଚରାଉଚରା ଜାରି ରହିଛି ବୋଲି ଏସପି କହିଛନ୍ତି । ବୈଶାଳୀ ଗତ ୨୦୧୫ ମସିହାରେ ନିଜର ଅଭିନୟ କ୍ୟାରିୟର ଶୁଭାରମ୍ଭ କରିଥିଲେ । ସେ ଟେଲିଭିଜନ ଇଣ୍ଡଷ୍ଟ୍ରିର ପପୁଲାର ଶୋ’ ‘ୟେ ରିଶତା କ୍ୟା କହଲତା’ରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହି ଶୋ’ରେ ସେ ସଞ୍ଜନା ଭୂମିକାରେ ଆସିଥିଲେ । ଏହାପରେ ବୈଶାଳୀ ‘ଆଶିକୀ’ ଶୋ’ରେ ଅଭିନୟ କରିଥିଲେ । ସେ ‘ସସୁରାଲ ସିମର କା’ ଶୋ’ର ଅଞ୍ଜଲି ଭରଦ୍ୱାଜ ପାଇଁ ପରିଚିତି ଲାଭ କରିଥିଲେ । ଏହାଛଡ଼ା ସେ ‘ସୁପର ସିଷ୍ଟର’ ‘ମନମୋହିନୀ ସିଜନ ୨’ରେ ଅଭିନୟର ଯାଦୁ ଦେଖାଇଥିଲେ ।

Get real time updates directly on you device, subscribe now.