fbpx
BJD SKY
BJD SKY

ରମିଜ ରାଜା ବିବାଦରେ, ଏହି ବ୍ୟକ୍ତି ହେବେ ପାକିସ୍ତାନର ନୂତନ ପିସିବି ଅଧ୍ୟକ୍ଷ !

BJD

ଲାହୋର: ପାକିସ୍ତାନ କ୍ରିକେଟ ବୋର୍ଡରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ପିସିବି ଅଧ୍ୟକ୍ଷ ରମିଜ ରାଜାଙ୍କ ଛୁଟି ହୋଇପାରେ । ତାଙ୍କ ବଦଳରେ ପୂର୍ବ ପିସିବି ଚେୟାରମ୍ୟାନ ନଜମ ସେଠୀଙ୍କୁ ଅଧ୍ୟକ୍ଷ ପଦରେ ରଖାଯିବାର ପ୍ରସ୍ତୁତି ଚାଲିଛି । ଏହାକୁ ନେଇ ପାକିସ୍ତାନୀ ମିଡ଼ିଆ ଦାବି କରିଛନ୍ତି । ଅର୍ଥାତ୍ ଆଗକୁ ରମିଜ ରାଜା ବହୁ ଦିନ ପର୍ଯ୍ୟନ୍ତ ପିସିବିର ଅଧ୍ୟକ୍ଷ ପଦରେ ରହିବେ ନାହିଁ ।

ସୂଚନା ଅନୁଯାୟୀ, ପିସିବି ଅଧ୍ୟକ୍ଷପାଇଁ ନଜମ ସେଠୀ ଜଣେ ମଜବୁତ ଲୋକ ଅଟନ୍ତି ବୋଲି କୁହାଯାଇଛି । ଏହି କଥାର ସଂକେତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଦେଇଛନ୍ତି । ସୁତ୍ରରୁ ଜଣା ପଡିଛି ନଜମ ସେଠୀ ଶନିବାର ଦିନ ପାକିସ୍ତାନର ଲାହୋର ଠାରେ ପ୍ରଧାନମନ୍ତ୍ରୀ ଶହବାଜ ଶରୀଫଙ୍କ ସହ ଭେଟିଥିଲେ ।

ନଜମ ସେଠୀ କହିଛନ୍ତି ଯେ, ‘ ପିବିସି ର ୨୦୧୪ ସମ୍ବିଧାନ ପୁନଃ ସ୍ଥାପିତ ହେବା ଉଚିତ ।’ ସେ କହିଛନ୍ତି ଯେ, ପ୍ରାଦେଶିକ ସମନ୍ୱୟ ମନ୍ତ୍ରଣାଳୟର ସଚିବ ମଧ୍ୟ ଆଇପିସି ବାଚସ୍ପତିଙ୍କ ପରିବର୍ତ୍ତନ ସମ୍ପର୍କରେ ନିର୍ଦ୍ଦେଶ ପଠାଇଛନ୍ତି । ଏହି ସବୁ କଥାରୁ ଅନୁମାନ କରାଯାଉଛି ଯେ, ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇପାରେ ।

Get real time updates directly on you device, subscribe now.