fbpx
BSKY SKY
BSKY SKY

ଅନ୍ତର୍ଜାତୀୟ ମ୍ୟାଚ ନ ଖେଳି କୋଟିପତି ବନିଗଲେ ଏହି ଖେଳାଳି: WPL ନିଲାମୀରେ କିଏ ସବୁଠୁ ମହଙ୍ଗା?

BSKY

ନୂଆଦିଲ୍ଲୀ: ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ମହିଳା ପ୍ରିମିୟର ଲିଗକୁ ନେଇ ଚାଲିଥିବା ଅଙ୍କକଷା । ପ୍ରତ୍ୟେକ ଦଳ ନିଜ ନିଜ ମନ ପସନ୍ଦର ଖେଳାଳିଙ୍କୁ ଦଳରେ ସାମିଲ କରିବା ପାଇଁ ଭରପୂର ପ୍ରୟାସ କରିଛନ୍ତି । କିଛି ଦଳ ଏଥିରେ ସଫଳ ହୋଇଥିବା ବେଳେ ଅନ୍ୟ କିଛି ଦଳ ପ୍ରିୟ ଖେଳାଳିଙ୍କୁ ହରାଇବାକୁ ବାଧ୍ୟ ହୋଇଛନ୍ତି । ତେବେ ଅକ୍ସନରେ ଜଣେ ଭାରତୀୟ ଖେଳାଳି କୌଣସି ଅନ୍ତର୍ଜାତୀୟ ମ୍ୟାଚ ନ ଖେଳି ମଧ୍ୟ କୋଟି କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି । ଏପରିକି ଇଣ୍ଟରନେସନାଲ କ୍ରିକେଟର ଅନେକ ଚିହ୍ନା ଚେହେରାଙ୍କୁ ପଛରେ ପକାଇ ଦେଇଛନ୍ତି ଷ୍ଟାର ପ୍ଲେୟର କାଶ୍ୱୀ ଗୌତମ ।

ମହିଳା ପ୍ରିମିୟର ଲିଗର ଆଗାମୀ ସିଜନ ପାଇଁ ମିନି ନିଲାମୀ ପ୍ରକ୍ରିୟା ଜାରି ରହିଛି । ଏହି ନିଲାମୀରେ ଭାରତର ଅନକ୍ୟାପ୍ଡ ପ୍ଲେୟର କାଶ୍ୱୀ ଗୌତମଙ୍କ ଉପରେ ଟଙ୍କା ବର୍ଷା କରିଛନ୍ତି ପ୍ରିମିୟର ଲିଗର ସମସ୍ତ ଫ୍ରାଞ୍ଚାଇଜି । ମହିଳା ପ୍ରିମିୟର ଲିଗ ଇତିହାସରେ ପ୍ରଥମ ଅନକ୍ୟାପ୍ଡ ଖେଳାଳି ଭାବରେ ସର୍ବାଧିକ ଟଙ୍କାରେ ବିକ୍ରି ହୋଇଛନ୍ତି ଗୌତମ । ଆଗାମୀ ସିଜନ ପାଇଁ ଗୁଜୁରାଟ ଜିଆଣ୍ଟସ କାଶ୍ୱୀ ଗୌତମଙ୍କୁ ୨ କୋଟି ଟଙ୍କା ବିନିମୟରେ ଦଳରେ ସାମିଲ କରିଛି । ଏହା ସହିତ ଗୌତମ ଲିଗ ଇତିହାସରେ ସବୁଠୁ ମହଙ୍ଗା ଅନକ୍ୟାପ୍ଡ ଖେଳାଳି ଭାବରେ ଇତିହାସ ସୃଷ୍ଟି କରିଛନ୍ତି ।

ଗୌତମ କୌଣସି ଅନ୍ତର୍ଜାତୀୟ ମ୍ୟାଚ ନ ଖେଳି ମଧ୍ୟ ଅନେକ ବଡ଼ ବଡ଼ ଖେଳାଳିଙ୍କୁ ନିଲାମରେ ପଛରେ ପକାଇ ଦେଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆର ଏନାବୋଲ ସଦରଲାଣ୍ଡ ଲିଗର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ୨ କୋଟି ଟଙ୍କା ବିନିମୟରେ ସଦରଲାଣ୍ଡଙ୍କୁ ଦଳରେ ସାମିଲ କରିଛି । ଗୁଜୁରାଟ ଜିଆଣ୍ଟସ ମଧ୍ୟ ସଦରଲାଣ୍ଡଙ୍କୁ ଦଳରେ ସାମିଲ କରିବାକୁ ଚେଷ୍ଟା କରିଥିବା ବେଳେ ଶେଷରେ ବାଜି ମାରିଛି ଦିଲ୍ଲୀ । ତେବେ ଇଣ୍ଟରନେସନାଲ କ୍ରିକେଟରେ ସୁପରଷ୍ଟାର ସଦରଲାଣ୍ଡ ୨ କୋଟି ଟଙ୍କାରେ ବିକ୍ରି ହୋଇଥିବା ବେଳେ କାଶ୍ୱୀ ଗୌତମ ଅନ୍ତର୍ଜାତୀୟ ମ୍ୟାଚ ନ ଖେଳି ମଧ୍ୟ ୨ କୋଟି ଟଙ୍କାରେ ନିଲାମ ହୋଇଛନ୍ତି ।

Get real time updates directly on you device, subscribe now.