fbpx

IPL-2024; ୨୦ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହେବେ ଏହି ଖେଳାଳି: ସବୁ ଦଳ କରିବେ ଟାର୍ଗେଟ

Advertisement

ନୂଆଦିଲ୍ଲୀ: IPL-2024 ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୧୯ ତାରିଖରେ ଆସନ୍ତା ସିଜନ ପାଇଁ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ତେବେ ଆସନ୍ତା ଆଇପିଏଲ ପାଇଁ ଗତବର୍ଷ ଅପେକ୍ଷା ୫ କୋଟି ଅଧିକ ଟଙ୍କା ପାଇଛନ୍ତି ସମସ୍ତ ଫ୍ରାଞ୍ଚାଇଜି । ଯାହାଦ୍ୱାରା ସମସ୍ତ ଦଳ ବଡ଼ ଖେଳାଳିଙ୍କୁ ଦଳରେ ସାମିଲ କରିବା ପାଇଁ ସୁଯୋଗ ପାଇପାରିବେ । ତେବେ ନିଲାମୀରେ ୩୩୩ ଜଣ ଖେଳାଳି ଭାଗ ନେଇଥିବା ବେଳେ ସମସ୍ତ ଦଳ ପାଖରେ ମୋଟ ୭୭ ଜଣ ଖେଳାଳିଙ୍କ ପାଇଁ ସ୍ଥାନ ରହିଛି । ତେଣୁ ସମସ୍ତ ଦଳ ବଡ଼ ବଡ଼ ଖେଳାଳିଙ୍କୁ ଦଳରେ ସ୍ଥାନ ଦେବାକୁ ଯୋଜନା କରିପାରନ୍ତି ।

ଆସନ୍ତା ଆଇପିଏଲ-୨୦୨୪ ପାଇଁ ପ୍ରତ୍ୟେକ ଦଳକୁ ୧୦୦ କୋଟିର ବଜେଟ ଦିଆଯାଇଛି । ତେବେ ନିଲାମୀ ପାଇଁ ୨୫ ଜଣ ଖେଳାଳିଙ୍କ ମୂଳ ଦର ୨ କୋଟି ରହିଥିବା ବେଳେ ୨୦ ଜଣ ୧.୫ କୋଟି ଏବଂ ୧୬ ଜଣଙ୍କ ମୂଳଦର ୧ କୋଟି ଟଙ୍କା ରହିଛି । ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ, ଟ୍ରାଭିସ ହେଡ, ମିଚେଲ ଷ୍ଟାର୍କ, ଜୋସ ହାଜେଲଉଡ, ଷ୍ଟିଭ ସ୍ମିଥ, ଜୋଶ ଇଂଲିଶ ଏବଂ ସିନ୍ ଆବୋଟ ନିଜର ମୂଳଦର ୨ କୋଟି ଟଙ୍କା ରଖିଛନ୍ତି । ଭାରତ ପକ୍ଷରୁ ଏହି ତାଲିକାରେ ହର୍ଷଲ ପଟେଲ, କେଦାର ଯାଦବ, ଉମେଶ ଯାଦବ, ଶାର୍ଦ୍ଦୁଳ ଠାକୁରଙ୍କ ଭଳି ଖେଳାଳି ସାମିଲ ରହିଛନ୍ତି । ଏହି ଖେଳାଳିଙ୍କ ବ୍ୟତୀତ ୧୧୦୫ ଜଣ ଖେଳାଳି ୨୦ରୁ ୯୫ ଲକ୍ଷ ଟଙ୍କା ମୂଳ ଦର ସହିତ ନିଲାମୀରେ ଭାଗ ନେବେ ।

କେଉଁ ଖେଳାଳିଙ୍କୁ ମିଳିବ ୨୦ କୋଟିରୁ ଅଧିକ?

ନିଲାମୀରେ ଅଧିକାଂଶ ଦଳ ଅଷ୍ଟ୍ରେଲିଆର ଷ୍ଟାର କ୍ରିକେଟର ମାନଙ୍କୁ ଦଳରେ ସାମିଲ କରିବାକୁ ଚେଷ୍ଟା କରିବ । ଏହି ତାଲିକାରେ ଅଷ୍ଟ୍ରେଲିଆର ଷ୍ଟାର ବୋଲର ମିଚେଲ ଷ୍ଟାର୍କ, ଟ୍ରାଭିସ ହେଡଙ୍କ ସମେତ ଜୋସ ହାଜେଲଉଡଙ୍କ ନାମ ସାମିଲ ରହିଛି । ଏହାବ୍ୟତୀତ ନ୍ୟୁଜିଲାଣ୍ଡ ଷ୍ଟାର ରଚିନ୍ ରବିନ୍ଦ୍ର, ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ ଦକ୍ଷିଣ ଆଫ୍ରିକାର ଗେରାଲ୍ଡ କୋଏଟଜୀଙ୍କ ଉପରେ ପ୍ରାୟ ସମସ୍ତ ଦଳର ନଜର ରହିପାରେ । ଏହି ଖେଳାଳିମାନେ ଚଳିତବର୍ଷ ଆଇପିଏଲ ପାଇଁ ୨୦ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହୋଇପାରନ୍ତି । ତେବେ ୨କୋଟି ମୂଲ୍ୟରେ ଥିବା ଅନେକ ଖେଳାଳି ଏଥିରେ ବିକ୍ରି ମଧ୍ୟ ହୋଇ ନ ପାରନ୍ତି ।

Get real time updates directly on you device, subscribe now.