୧୦୦ ଟଙ୍କାରେ କିଣିଥିଲେ ଏହି ପର୍ସକୁ ବିକିଲେ ୬ ହଜାର ପାଉଣ୍ଡରେ … ଜାଣନ୍ତୁ ଏଇଟା କେଉଁ ବ୍ରଣ୍ଡର ବ୍ୟାଗ୍

News across the Earth, news close to your heart, Read Odisha Bhaskar English

ନୂଆଦିଲ୍ଲୀ : ଗୋଟିଏ ପର୍ସର ଦାମ କେତେ ଟଙ୍କା ହୋଇପାରେ? ଥରେ ଚିନ୍ତା କରନ୍ତୁ ତ । ସେ ପୁଣି ପୁରୁଣା ପର୍ସ । ଆପଣମାନେ ଚିନ୍ତା କରୁଥିବେ ଭଲ ବ୍ରାଣ୍ଡର ପର୍ସର ଦାମ ଲକ୍ଷାଧିକ ଟଙ୍କା ହୋଇଥାଏ । ଆଜ୍ଞା ହଁ ଭଲ ପର୍ସର ଦାମ ଲକ୍ଷାଧିକ ଟଙ୍କା ହୋଇଥାଏ, କିନ୍ତୁ ଯଦି ୧୦୦ ଟଙ୍କିଆ ପର୍ସ ଲକ୍ଷ ଲକ୍ଷ ଟଙ୍କା ହୁଏ ତାହାଲେ ଆପଣ କ’ଣ କହିବେ ।
ଘଟଣାଟା ହେଉଛି ଏପରି.. ଜଣେ ଝିଅ ମାତ୍ର ୧୦୦ ଟଙ୍କାରେ ପର୍ସ କିଣି ତାକୁ ଲକ୍ଷାଧିକ ଟଙ୍କାରେ ନିଲାମ କରିଛନ୍ତି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।

ଏହି ଘଟଣା ଆମେରିକାର ଉତ୍ତର କାରୋଲିନାରର । ମେଟ୍ରୋ ୟୁକେ ରିପୋର୍ଟ ଅନୁଯାୟୀ, ୨୯ ବର୍ଷର ଚାନ୍ଦଲର୍ ୱେଷ୍ଟ୍ ଏକ ଅନଲାଇନ୍ ନିଲାମରୁ ୧୯୨୦ ଶତକର ଏକ ପର୍ସ କିଣିଥିଲେ। ଏଥିପାଇଁ ସେ ଏକ ପାଉଣ୍ଡରୁ କମ୍ ଅର୍ଥାତ୍ ୧୦୧ ଟଙ୍କା ପ୍ରଦାନ କରିଥିଲେ। ଅବଶ୍ୟ ସେତେବେଳେ ଚାନ୍ଦଲରକୁ ଏହାର ପ୍ରକୃତ ମୂଲ୍ୟ ଜଣାନଥିଲା ।
କିନ୍ତୁ କିଛି ସମୟ ପରେ ସେ ଜାଣିବାକୁ ପାଇଲେ ଯେ ଏହି ପର୍ସ ଟି ପ୍ରାଚୀନ ଯୁଗର ଏବଂ ପ୍ରକୃତ ହୀରାରେ ତିଆରି । ଏହି କାରଣରୁ ତାଙ୍କ ପର୍ସ ୬,୦୦୦ ପାଉଣ୍ଡ ଅର୍ଥାତ୍ ୬ ଲକ୍ଷ ଟଙ୍କାରୁ ଅଧିକରେ ନିଲାମ୍ ହୋଇଥିଲା ।

ଚାନ୍ଦଲର୍ ତାଙ୍କ ଭିଡିଓରେ କହିଛନ୍ତି – ନିଲାମରେ ଏହି ପର୍ସରେ କେହି ବିଡ୍ କରିବାକୁ ପ୍ରସ୍ତୁତ ନଥିଲେ। କାରଣ ଏହା ବହୁତ ପୁରୁଣା ଦେଖାଯାଉଥିଲା । ବହୁତ ପ୍ରାଚୀନ । ଏହାର ମୂଲ୍ୟ ମଧ୍ୟ ୧୦୧ରୁ କମ୍ ଥିଲା। କିନ୍ତୁ ମୁଁ ଏହାକୁ ପସନ୍ଦ କଲି ଏବଂ କିଣିଲି ।

ଫେସବୁକ ସାହାଯ୍ୟ କିଛି ବିଶେଷଜ୍ଞଙ୍କ ସହ ବାର୍ତ୍ତାଳାପ ପରେ ଜାଣିବାକୁ ପାଇଲି ଯେ ପର୍ସ ଟି ୧୯୨୦ ଦଶକରେ ବିଳାସପୂର୍ଣ୍ଣ ଫ୍ରେଞ୍ଚ ବ୍ରାଣ୍ଡ କାର୍ଟିଅର୍ ଦ୍ୱାରା ତିଆରି ହୋଇଥାଇପାରେ । ଅନୁସନ୍ଧାନ ପରେ, ଏହି ଘଟଣା ସତ୍ୟ ବୋଲି ପ୍ରମାଣିତ ହେଲା । ମୁଁ ଜାଣିବା ମାତ୍ରେ ମୋ ହାତରେ ୧୯୨୦ କାର୍ଟିଅର୍ ପର୍ସ ଅଛି, ମୋର ଖୁସି କୌଣସି ସୀମା ରହିଲା ନାହିଁ । ଏଥିରେ ଥିବା ହୀରା ସମେତ ସମସ୍ତ ୧୨ ଟି ପଥର ଅସଲତ ଥିଲା । ଚଳିତ ବର୍ଷ ଫେବୃଆରୀରେ ଚାନ୍ଦର୍ ପୁନର୍ବାର ପର୍ସକୁ ନିଲାମ ପାଇଁ ରଖିଥିଲେ, ଯେଉଁଠାରେ ଏହା ୬ ଲକ୍ଷରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଥିଲା ।

Get real time updates directly on you device, subscribe now.