fbpx

‘ଉତ୍କଳ’ ଦିବସ ପାଳନ କରିବ ସାରା ଓଡିଶା: କାହିଁକି ପାଳନ କରାଯାଏ ଏହି ଦିନ?

ଭୁବନେଶ୍ୱର: ଚଳିତବର୍ଷ ନିଜର ୮୭ ପ୍ରତିଷ୍ଠା ଦିବସ ‘ଉତ୍କଳ ଦିବସ’ ପାଳନ କରିବାକୁ ଯାଉଛି ଓଡିଶା ମାଟି । ଏଥିପାଇଁ ସାରା ଓଡିଶା ଚଳଚଞ୍ଚଳ ହୋଇଥିବା ବେଳେ ଗର୍ବ ଅନୁଭବ କରିଥାଏ ପ୍ରତ୍ୟେକ ଓଡିଆ । ଆଜିର ଦିନରେ ହିଁ ଓଡିଶା ପାଇଥିଲା ନିଜର ଏକ ସ୍ୱତନ୍ତ୍ର ପରିଚୟ । ପୂର୍ବରୁ ବିହାରର ଏକ ଅଂଶ ହୋଇ ରହିଥିବା ବେଳେ ୧୯୩୬ ମସିହା ଏହି ଦିନରେ ନୂତନ ପ୍ରଦେଶ ଭାବରେ ପ୍ରତିଷ୍ଠା ହୋଇଥିଲା ଓଡିଶା । ତେବେ ସେହି ସମୟରେ ରାଜ୍ୟର ନାମ ରହିଥିଲା ଉତ୍କଳ । ତେଣୁ ଏହାକୁ ଉତ୍କଳ ଦିବସ ଭାବରେ ପାଳନ କରାଯାଏ ।

ବିହାର ଅଧୀନରେ ଥିବା ଏହି ପ୍ରଦେଶକୁ ଏକ ସ୍ୱତନ୍ତ୍ର ପରିଚୟ ଦେବାରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ସହିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ପଣ୍ଡିତ ନୀଳକଣ୍ଠ ଦାସ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ସାର୍ ବାସୁଦେବ ସୁଧଳଦେବ, ରାଧାନାଥ ରାୟ, ଭୂବନାନନ୍ଦ ଦାସ, ଏ.ପି ପାତ୍ର ଏବଂ ଆହୁରି ଅନେକ ବୀର ପୁରୁଷ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ତେବେ ଏହି ରାଜ୍ୟ ହେଉଛି ପ୍ରଥମ ରାଜ୍ୟ ଯାହା ନିଜ ଭାଷା ପାଇଁ ପରିଚିତ ହୋଇଥିଲା । ନୂତନ ରାଜ୍ୟ ଭାବେ ଗଢି ଉଠିଥିବା ଓଡିଶା ୬ଟି ଜିଲ୍ଲାକୁ ନେଇ ଗଠନ କରାଯାଇଥିଲା । ଏହି ଜିଲ୍ଲାଗୁଡିକ ହେଉଛି କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଏବଂ ଗଞ୍ଜାମ । ତେବେ ରାଜ୍ୟର ରାଜଧାନୀ ଥିଲା କଟକ ।

ତେବେ ଓଡିଶାର ସ୍ୱତନ୍ତ୍ର ପରିଚୟ ଏବଂ ପ୍ରତିଷ୍ଠା ଦିବସକୁ ମନେ ରଖିବା ପାଇଁ ଏହି ଦିନକୁ ପାଳନ କରିଥାନ୍ତି କୋଟି କୋଟି ଓଡିଆ । ଅନେକ ସ୍ଥାନରେ ଏହାକୁ ପାଳନ କରିବା ପାଇଁ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇତାଏ । ଓଡିଆ ମାଟିର ଗର୍ବ ଏବଂ ଗୌରବ ବଢାଇବା ଭଳି ଅନେକ ଖେଳ ଏବଂ ଖାଦ୍ୟ ପ୍ରସ୍ତୁତ କରି ‘ଉତ୍କଳ ଦିବସ’ ପାଳନ କରିଥାନ୍ତି ଓଡିଶା ବାସୀ ।

Get real time updates directly on you device, subscribe now.