fbpx

ଏଥର କୋଟିଆରେ ଉତ୍କଳ ଦିବସ ପାଳିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର କୋଟିଆରେ ଉତ୍କଳ ଦିବସ ପାଳନ କରିବେ । ଏପ୍ରିଲ ୧ରେ କୋଟିଆ ଗ୍ରାମ ପଞ୍ଚାୟତରେ ଉତ୍କଳ ଦିବସ ପାଳନ କରିବାର କାର୍ଯ୍ୟକ୍ରମ ରହିଛି ।

ତିନି ଦିନିଆ ରାଜ୍ୟ ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁବାର ଦିନ କଟକ ଷ୍ଟେସନରେ ଭଦ୍ରାକ-ନୟାଗଡ଼ ଏମଏମୟୁ ଟ୍ରେନର ଉଦ୍ଘାଟନୀ ସମାରୋହରେ ଯୋଗଦେବେ। ଏହା ପରେ ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଭାରତୀୟ ଡାକ ବିଭାଗ ଦ୍ୱାରା ଆୟୋଜିତ ‘ଓଡିଶା କିମ୍ବଦନ୍ତୀ ଡାକ ଟିକେଟ୍’ ର ଉନ୍ମୋଚନ କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ।

ମାର୍ଚ୍ଚ ୩୧ରେ ସେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ସାମାଜିକ ସଂଗଠନ ‘ଆମ୍ ଓଡିଆ’ ଦ୍ୱାରା ଆୟୋଜିତ ଏକ କାର‌୍ୟ୍ୟକ୍ରମ ‘ଓଡିଶା ଅ ୧୦୦ ବିଗ୍ ଥଟ୍ , ବିଗ୍ ଡ୍ରିମ୍ସ’ ରେ ଅଂଶଗ୍ରହଣ କରିବେ । ଏହି କାର‌୍ୟ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ ।

କେନ୍ଦ୍ର ମନ୍ତ୍ରୀ ଶୁକ୍ରବାର ସନ୍ଧ୍ୟାରେ ଟ୍ରେନ ଯୋଗେ କୋରାପୁଟ ଜିଲ୍ଲାର ଦାମଞ୍ଜୋଡି ଅଭିମୁଖେ ଯାତ୍ରା କରିବେ। ତା’ ପରଦିନ ସେ କୋଟିଆ ଯିବେ । ସେଠାରେ ସେ ସ୍ଥାନୀୟ ଗ୍ରାମବାସୀଙ୍କୁ ଭେଟିବା ସହ କୋଟିଆ ଗ୍ରାମ ସମିତି ଦ୍ୱାରା ଆୟୋଜିତ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ସେ କୋରାପୁଟର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବେ ଏବଂ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଉଦଘାଟନ କରିବେ ।

Get real time updates directly on you device, subscribe now.