fbpx
BSKY SKY
BSKY SKY

(Video) ରାମନବମୀରେ ବଡ଼ ଅଘଟଣ: ଅଚାନକ ଭୁଶୁଡ଼ି ପଡ଼ିଲା ମନ୍ଦିର ଛାତ, ଗଭୀର କୂଅ ଭିତରେ ଖସି ପଡ଼ିଲେ ୨୫ ଜଣ ଲୋକ

BSKY

ନୂଆଦିଲ୍ଲୀ: ଆଜି ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମତିଥି ପବିତ୍ର ରାମନବମୀରେ ଘଟିଯାଇଛି ଦୁଇଟି ବଡ଼ ଅଘଟଣ । ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ଭେନୁଗୋପାଲା ସ୍ୱାମୀ ମନ୍ଦିରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିସହିତ ମଧ୍ୟପ୍ରଦେଶର ଇନ୍ଦୋରରୁ ଆସିଛି ପୁଣି ଏକ ବଡ଼ ଖବର । ମନ୍ଦିର ପରିସରରେ ନିର୍ମିତ ହୋଇଥିବା ଛାତ ଭୁଶୁଡ଼ି ପଡ଼ିବାରୁ ଅନେକ ଲୋକ କୂଅ ମଧ୍ୟକୁ ଗଳି ପଡ଼ିଥିଲେ ।

ସୂଚନା ମୁତାବକ, ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଯାଇଛି ଏଭଳି ଏକ ଭୟଙ୍କର ଦୁର୍ଘଟଣା । ସ୍ନେହ ନଗର ନିକଟସ୍ଥ ପଟେଲ ନଗରର ବେଲେଶ୍ୱର ମହାଦେବ ଝୁଲେଲାଲ ମନ୍ଦିର କୂଅରେ ଖସି ପଡ଼ିଥିବା ଲୋକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ଏହା ମଧ୍ୟରେ ୧୫ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୧୦ ଜଣ ଲୋକ କୂଅ ଭିତରେ ଫଶିଥିବା କୁହାଯାଉଛି । ମୋଟ ୨୦-୨୫ ଜଣ ଲୋକ କୂଅ ମଧ୍ୟକୁ ଖସି ପଡ଼ିଥିଲେ ।

ଅଚାନକ ମନ୍ଦିରର କୂଅ ଉପରେ ନିର୍ମିତ ହୋଇଥିବା ଛାତ ଭୁଶୁଡ଼ି ପଡ଼ିବାରୁ ବହୁ ଲୋକ କୂଅ ମଧ୍ୟକୁ ଖସି ପଡ଼ିଥିଲେ । ପବିତ୍ର ରାମନବମୀ ଉପଲକ୍ଷେ ଆଜି ମନ୍ଦିର ପରିସରରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅଚାନକ ଛାତ ଭୁଶୁଡ଼ି ପଡ଼ିଥିଲା । ଉଦ୍ଧାର ଲୋକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଉଛି । କୂଅରେ ପାଣି ରହିଥିବାରୁ ଲୋକଙ୍କୁ ଉଦ୍ଧାର ନେଇ ସମସ୍ୟା ସୃଷ୍ଟି ହେଉଛି । ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.