fbpx

ଭାରତକୁ ଝଟକା: ଇଂଲଣ୍ଡ ସିରିଜରୁ ବାଦ ପଡିଲେ ଏହି ଷ୍ଟାର ଅଲରାଉଣ୍ଡର

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ରହିଥିବା ଭାରତୀୟ ଦଳକୁ ଝଟକା । ଆହତ ହୋଇ ଦଳରୁ ବାଦ ପଡିଛନ୍ତି ଷ୍ଟାର ଅଲରାଉଣ୍ଡର ୱାଶିଂଟନ ସୁନ୍ଦର । ଶୁବମନ ଗିଲ୍ ଓ ଆଭେଶ ଖାନଙ୍କ ପରେ ତୃତୀୟ ଖେଳାଳି ଭାବରେ ଇଂଲଣ୍ଡ ସିରିଜରୁ ବାଦ ପଡିଛନ୍ତି ୱାଶିଂଟନ୍ । ଉଭୟ ୱାଶିଂଟନ୍ ଓ ଆଭେଶ୍ ଭାରତୀୟ ଦଳ ବିପକ୍ଷରେ ମ୍ୟାଚ ଖେଳି ଆହତ ହୋଇଛନ୍ତି । ଉଭୟ ଖେଳାଳି କାଉଣ୍ଟି ସିଲେକ୍ଟ ଏକାଦଶ ପକ୍ଷରୁ ମ୍ୟାଚ ଖେଳୁଥିଲେ ।

ବୋଲିଂ କରୁଥିବା ସମୟରେ ଆଭେଶ ଖାନ୍ ଆହତ ହୋଇଥିବା ବେଳେ ୱାଶିଂଟନ୍ ସୁନ୍ଦର ବ୍ୟାଟିଂ କରୁଥିବା ବେଳେ ଆହତ ହୋଇଥିଲେ । ମହମ୍ମଦ ସିରାଜଙ୍କ ବାଉନ୍ସରର ଶିକାର ହୋଇଥିବା ୱାଶିଂଟନ ଅନ୍ୟୁନ ୬ ସପ୍ତାହ ପାଇଁ କ୍ରିକେଟରୁ ଦୂରେଇ ରହିବେ । ତେବେ ୱାଶିଂଟନ ବାଦ ପଡିବା ଭାରତ ପାଇଁ ବଡ କ୍ଷତି । ନିମ୍ନ ମଧ୍ୟକ୍ରମରେ ବ୍ୟାଟିଂ କରୁଥିବା ୱାଶିଂଟନ୍ ଗାବାରେ ମ୍ୟାଚ ବିଜୟୀ ୬୨ ରନ୍ ଖେଳିଥିଲେ । ଏହା ସହିତ ଇଂଲଣ୍ଡ ସିରିଜରେ ମଧ୍ୟ ୯୦.୫୦ ହାରରେ ୧୮୧ ରନ୍ ସଂଗ୍ରହ କରିଥିଲେ । ଏହି ୩ ଖେଳାଳି ଆହତ ହୋଇଥିବା ବେଳେ ଏମାନଙ୍କ ବଦଳ ଖେଳାଳି ଏଯାଏଁ ଘୋଷଣା କରାଯାଇନାହିଁ । ଅନ୍ୟପକ୍ଷରେ ଟେଷ୍ଟ ଟିମର ଅଧିନାୟକ ଓ ଉପ ଅଧିନାୟକ ବିରାଟ କୋହଲି ଏବଂ ଆଜିଙ୍କ୍ୟ ରାହାଣେ ମଧ୍ୟ ଆହତ ହୋଇ ଅଭ୍ୟାସ ମ୍ୟାଚରୁ ବାଦ ପଡିଛନ୍ତି ।

 

Get real time updates directly on you device, subscribe now.