fbpx

T-20 WC 2022; ଭାରତ-ଇଂଲଣ୍ଡ ସେମି ପୂର୍ବରୁ ଦଳରେ ପରିବର୍ତ୍ତନ: ସାମିଲ ହେଲେ ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଏବେ ଆହୁରି ରୋମାଞ୍ଚକର ପରିସ୍ଥିତିରେ ପହଞ୍ଚିଛି । ପାଖେଇ ଆସୁଛି କ୍ଲାଇମାକ୍ସ । ଏଥିପାଇଁ ଖେଳାଳିଙ୍କ ସହ ପ୍ରଶଂସକମାନଙ୍କ ଉତ୍ସାହ ବି ଚରମ ସୀମାରେ । ସୁପର-୧୨ର ସମସ୍ତ ମ୍ୟାଚ ସରିବା ପରେ ଏବେ ସେମି ଫାଇନାଲ ମ୍ୟାଚ ପାଇଁ ପ୍ରସ୍ତୁତ ହେଉଛନ୍ତି ନ୍ୟୁଜିଲାଣ୍ଡ-ପାକିସ୍ତାନ ଏବଂ ଭାରତ-ଇଂଲଣ୍ଡ । ତେବେ ଉଭୟ ମ୍ୟାଚ ମଧ୍ୟରେ ସବୁଠୁ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ମ୍ୟାଚ । ଏହି ମ୍ୟାଚ ପୂର୍ବରୁ ଜଣେଷ୍ଟାର ଖେଳାଳିଙ୍କର ଏଣ୍ଟ୍ରି ହୋଇଥିବା ଜଣାଯାଇଛି ।

ସୂଚନା ଅନୁସାରେ, ଭାରତ-ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ ପୂର୍ବରୁ ଉଭୟ ଦଳର ଦୁଇ ଜଣ ଖେଳାଳି ଆହତ ହୋଇଛନ୍ତି । ଏଥିରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ନାଁ ମଧ୍ୟ ସାମିଲ ରହିଛି । ଭାରତୀୟ ଦଳରୁ ରୋହିତ ଆହତ ହୋଇଥିବା ବେଳେ ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଡାଭିଡ ମଲାନ ମଧ୍ୟ ଆହତ ହୋଇଛନ୍ତି । ତେବେ ଉଭୟଙ୍କର ସେମି ଫାଇନାଲ ମ୍ୟାଚ ଖେଳିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ମଧ୍ୟରେ ଆହତ ହୋଇ ଦଳରୁ ବାଦ ପଡିଥିବା ମଲାନଙ୍କ ସ୍ଥାନରେ ଦଳରେ ଜଣେ ଷ୍ଟାର ଖେଳାଳିଙ୍କୁ ସାମିଲ କରାଯାଇଥିବା ସୂଚନା ମିଳିଛି । ମଲାନଙ୍କ ବିକଳ୍ପ ଭାବରେ ଫିଲ୍ ସଲ୍ଟ ଏବେ ଇଂଲଣ୍ଡ ଦଳରେ ଯୋଗ ଦେଇଛନ୍ତି । ଶ୍ରୀଲଙ୍କା ବିପକ୍ଷ ଶେଷ ସପର-୧୨ ମ୍ୟାଚରେ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ମଲାନ୍ ।

ଏବେ ପର୍ଯ୍ୟନ୍ତ ଇଂଲଣ୍ଡ ପକ୍ଷରୁ ୧୧ଟି ମ୍ୟାଚ ଖେଳିଥିବା ବେଳେ ୧୬୪.୩ ଷ୍ଟ୍ରାଇକ ରେଟ ସହିତ ୨୩୫ ରନ କରିଛନ୍ତି ସଲ୍ଟ । ତେଣୁ ତାଙ୍କୁ ସେମି ଫାଇନାଲରେ ତୃତୀୟ ନମ୍ବରରେ ଖେଳିବାର ମଧ୍ୟ ଦେଖାଯାଇପାରେ । ତେବେ ସଲ୍ଟ ଇଂଲଣ୍ଡ ଦଳରେ ଯୋଗ ଦେବା ଭାରତ ପାଇଁ ଏକ ଚିନ୍ତାର ବିଷୟ ପାଲଟିପାରେ । ଏପଟେ ରୋହିତଙ୍କ ଆହତ ସମସ୍ୟା କେତେ ଗୁରୁତର ସେ ନେଇ କୌଣସି ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ ।

Get real time updates directly on you device, subscribe now.