fbpx

ଆସନ୍ତା ସପ୍ତାହରେ ସମଗ୍ର ଦେଶରେ ବ୍ୟାଙ୍କ ଷ୍ଟ୍ରାଇକ୍: ପ୍ରଭାବିତ ହୋଇପାରେ ATM ଓ ଅନ୍ୟାନ୍ୟ ସେବା

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ବ୍ୟାଙ୍କ ସହ ଜଡ଼ିତ ଯଦି କୌଣସି କାମ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଆସନ୍ତା ସପ୍ତାହରେ ବ୍ୟାଙ୍କ କର୍ମଚାରୀମାନେ ଷ୍ଟ୍ରାଇକ କରିବା ଫଳରେ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହେବ । ତେବେ ୧୯ ନଭେମ୍ବର ୨୦୨୨ରେ ବ୍ୟାଙ୍କ କର୍ମଚାରୀ ଧର୍ମଘଟ କରିବେ । ଅଲ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ ଏକ ଦିନିଆ ଧର୍ମଘଟ ଡାକରା ଦେଇଛି ।

ସାରା ଦେଶରେ ବ୍ୟାଙ୍କ ଷ୍ଟ୍ରାଇକ୍ :-

ସୂଚନାଯୋଗ୍ୟ ଯେ, ବ୍ୟାଙ୍କ ଅଫ୍ ବରୋଦା ଷ୍ଟକ୍ ଏକ୍ସଚେଞ୍ଜ ସହିତ ଏକ ନିୟାମକପତ୍ରରେ ସୂଚନା ଦେଇଛି ଯେ ଅଲ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ) ର ସାଧାରଣ ସମ୍ପାଦକ ଧର୍ମଘଟରେ ଯିବାକୁ ଭାରତୀୟ ବ୍ୟାଙ୍କ ଆସୋସିଏସନକୁ ନୋଟିସ ଜାରି କରିଛି । ଏହି ନୋଟିସରେ ୟୁନିୟନ ସେମାନଙ୍କ ଦାବି ପାଇଁ ୧୯ ନଭେମ୍ବର ୨୦୨୨ ରେ ଧର୍ମଘଟ କରିବାକୁ କହିଛି । ଅର୍ଥାତ୍ ନଭେମ୍ବର ୧୯ ରେ ବ୍ୟାଙ୍କଗୁଡିକର କାର୍ଯ୍ୟ ଠପ୍ ହୋଇଯିବ ।

ବ୍ୟାଙ୍କ ଏହା ମଧ୍ୟ କହିଛି ଯେ, ଧର୍ମଘଟ ଦିନ ବ୍ୟାଙ୍କର ବ୍ରାଞ୍ଚ ଏବଂ ଅଫିସରେ ଅପରେସନ ଜାରି ରଖିବା ପାଇଁ ସମସ୍ତ ଉପଯୁକ୍ତ ପଦକ୍ଷେପ ନିଆଯାଉଛି । ଯଦି ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରନ୍ତି, ତେବେ ବ୍ୟାଙ୍କ ବ୍ରାଞ୍ଚଗୁଡ଼ିକ ଓ ଅଫିସର କାର୍ଯ୍ୟ ପ୍ରଭାବିତ ହୋଇପାରେ । ତେବେ ୧୯ ନଭେମ୍ବର ୨୦୨୨ ଶନିବାର ଦିନ ପଡୁଛି ଏବଂ ବ୍ୟାଙ୍କ ପ୍ରତ୍ୟେକ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାରରେ ବନ୍ଦ ରହିଥାଏ । କିନ୍ତୁ ଚଳିତ ମାସର ତୃତୀୟ ଶନିବାର ଦିନ ମଧ୍ୟ ଧର୍ମଘଟ ଯୋଗୁଁ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହେବ । ପରଦିନ ରବିବାର ହୋଇଥିବାରୁ ସାଧାରଣ ଲୋକଙ୍କୁ ଦୁଇ ଦିନ ଧରି ଏଟିଏମରେ କ୍ୟାସ ଅଭାବର ସମ୍ମୁଖୀନ ହେବାକୁ ପଡିପାରେ ।

Get real time updates directly on you device, subscribe now.