fbpx

ପେଟ୍ରୋଲର ମହଙ୍ଗା ମାଡରୁ ମୁକ୍ତି; ୪ ଘଣ୍ଟାରେ ଦୁଇ ଚକିଆ ଯାନକୁ ବନାନ୍ତୁ ଇଲେକ୍ଟ୍ରିକ ଯାନ

Advertisement

ନୂଆଦିଲ୍ଳୀ: ପେଟ୍ରୋଲର ଦର ୧୦୦ ପାର କରିଥିବା ବେଳେ ଏହାକୁ ନେଇ ଅତ୍ୟନ୍ତ ଅସୁବିଧାରେ ପଡୁଛନ୍ତି ସାଧାରଣ ବର୍ଗର ଲୋକ । ତେବେ ଏହାର ଏକ ସରଳ ସମାଧାନ ବାହାର କରିଛି ଏକ ଷ୍ଟାର୍ଟଅପ୍ । ଜୁନିକ୍ ରେଟଫୋର୍ଟ ନାମକ ଏହି କମ୍ପାନୀ ମାତ୍ର ୪ ଘଣ୍ଟାରେ ଆପଣଙ୍କ ପେଟ୍ରୋଲ ଯାନକୁ ଇଭିରେ ପରିଣତ କରିବାରେ ସଫଳ ହେବ । ବେଙ୍ଗାଲୁରୁର ଏହି ଷ୍ଟାର୍ଟ ଅପ୍ କମ୍ପାନୀ ବାଉନ୍ସର ଅଂଶବିଶେଷ । ଏହା ସହାୟତାରେ ଆପଣ ୫–୭ ବର୍ଷ ପୁରୁଣା ସ୍କୁଟରକୁ ଇଭିରେ ରୂପାନ୍ତରିତ କରିପାରିବେ ।

ବର୍ତ୍ତମାନ ଆପଣ ପେଟ୍ରୋଲ ଦରବୃଦ୍ଧିରେ ନନିଜର ବାଇକକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କି? ଯଦି ହଁ ତେବେ ନୂଆ ଇ-ସ୍କୁଟର ପାଇଁ ଆପଣଙ୍କୁ ଅନ୍ୟୁନ ଏକ ଲକ୍ଷ ଟଙ୍କା ଆବଶ୍ୟକ । ମାତ୍ର ଯଦି ଆପଣ ଜୁନିକ୍ ରେଟଫୋର୍ଟ ଜରିଆରେ ନିଜ ସ୍କୁଟିକୁ ରୂପାନ୍ତରିତ କରୁଛନ୍ତି ଏଥିପାଇଁ ମାତ୍ର ୨୬୯୯୯ ଟଙ୍କା ଆବଶ୍ୟକ । ଏହା ସହିତ ଇଏମଆଇରେ ମଧ୍ୟ ଏହାର ପେମେଣ୍ଟ ହୋଇପାରିବ ବୋଲି ଜୁନିକ୍ ରେଟଫୋର୍ଟ ଉପ ସଭାପତି ସଚିନ୍ ଶିନୋୟ ପ୍ରକାଶ କରିଛନ୍ତି । ମାତ୍ର ୪୯୯ ଟଙ୍କାରେ ଏହାର ବୁକିଂ ଆରମ୍ଭ ହୋଇଥିବା ବେଳେ ଜୁନିକ୍ ରେଟଫୋର୍ଟ ପକ୍ଷରୁ ଆପଣଙ୍କୁ ଏକ ତାରିଖ ପ୍ରଦାନ କରାଯିବ । ଯେଉଁଦିନ ମାତ୍ର ୪ ଘଣ୍ଟାରେ ଆପଣଙ୍କ ପେଟ୍ରୋଲ ସ୍କୁଟର ଇଲେକ୍ଟ୍ରିକରେ ରୂପାନ୍ତରିତ ହୋଇଯିବ । ବର୍ତ୍ତମାନ କେବଳ ବେଙ୍ଗାଲୁରୁରେ ନିଜର ସେବା ପ୍ରଦାନ କରୁଥିବା ଜୁନିକ୍ ରେଟଫୋର୍ଟ ଆଗାମୀ ଦିନରେ ଦେଶର ମୁଖ୍ୟ ସହର ଦିଲ୍ଲୀ, ଅହମ୍ମଦାବାଦ, ପୁଣେ, ମୁମ୍ବାଇ ଓ ହାଇଦ୍ରାବାଦରେ ଏହାର ସେବା ଲଞ୍ଚ କରିବ । ପେଟ୍ରୋଲରେ ଯାତ୍ରା କଲେ କିଲୋମିଟର ପିଛା ୩ରୁ ୩.୫୦ ପଇସା ଖର୍ଚ୍ଚ ହେଉଥିବା ବେଳେ ଇଭିରେ ଏହି ଖର୍ଚ୍ଚ ୧.୫୦ ପଇସାକୁ ହ୍ରାସ ପାଇବ । ଏହା ଦ୍ୱାରା ପ୍ରାୟ ୫୦ ପ୍ରତିଶତ ଅର୍ଥ ବଞ୍ଚିବ ଏବଂ ପ୍ରଦୂଷଣ ଶୂନ ରହିବ ବୋଲି କହିଛନ୍ତି ସଚିନ୍ ।

Get real time updates directly on you device, subscribe now.