fbpx

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ମ୍ୟାଲେରିଆରେ ଆକ୍ରାନ୍ତ, ଦିଲ୍ଲୀ ଏମ୍ସରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ ୨୫/୧୦: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ବଙ୍ଗ ଭବନରେ ଗେଷ୍ଟ ହାଉସରେ ଚିକିତ୍ସା ଚାଲିଥିଲା । ସୋମବାର ସନ୍ଧ୍ୟାରେ ରାଜ୍ୟପାଳଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଗଭର୍ଣ୍ଣରଙ୍କ ସ୍ବାସ୍ଥ ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ନିୟୋଜିତ ହୋଇଛନ୍ତି।

 

ସୂଚନା ମୁତାବିକ, ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ଉତ୍ତର ବଙ୍ଗ ଗସ୍ତରେ ଯାଇଥିଲେ। ଏହା ପରେ ସେ ବାଗଡୋଗ୍ରାରୁ ଦିଲ୍ଲୀ ଆସିଥିଲେ। ଏହି ସମୟରେ ତାଙ୍କୁ ଜ୍ବର ଅନୁଭବ ହୋଇଥିଲା। ମ୍ୟାଲେରିଆ ପରୀକ୍ଷା କରାଯାଇଥିଲା। ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ପ୍ରଥମେ ଦିଲ୍ଲୀ ବଙ୍ଗ ଗେଷ୍ଟ ହାଉସରେ ଚିକିତ୍ସା ଚାଲିଥିଲା।  ଉଚ୍ଚ ଜ୍ୱରରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଆଜି ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏବେ ଏକ ଡାକ୍ତରୀ ଦଳ ଗଭର୍ଣ୍ଣରଙ୍କ ସ୍ବାସ୍ଥବସ୍ଥା ଉପରେ ନଜର ରଖିଛନ୍ତି।

Get real time updates directly on you device, subscribe now.