fbpx

ସଞ୍ଜୀବ ଗୋଏଙ୍କା ଓ ସିଭିସି ଗ୍ରୁପ ହାତକୁ ଗଲା ଦୁଇ ନୂଆ ଆଇପିଏଲ ଟିମ୍; ବିସିସିଆଇକୁ ମିଳିବ ଏତିକି କୋଟି ଟଙ୍କା

ନୂଆଦିଲ୍ଳୀ: ବିସିସିଆଇ ପକ୍ଷରୁ କରାଯାଇଥିବା ଆଇପିଏଲ ଟିମ ବିଡିଂରେ ଦୁଇଟି ନୂଆ ଦଳକୁ କିଣିଛନ୍ତି ସଞ୍ଜୀବ ଗୋଏଙ୍କା ଓ ସିଭିସି କ୍ୟାପିଟାଲ ଗ୍ରୁପ । ଏହା ସହିତ ଆସନ୍ତା ବର୍ଷ ଆଇପିଏଲରୁ ସମୁଦାୟ ୧୦ ଟିମ ଅଂଶଗ୍ରହଣ କରିବେ । ସଞ୍ଜୀବ ଗୋଏଙ୍କାଙ୍କୁ ଲକ୍ଷେ୍ନø ଟିମର ମାଲିକାନା ମିଳିଥିବା ବେଳେ ସିଭିସି ଗ୍ରୁପ ହାତକୁ ଯାଇଛି ଅହମ୍ମଦାବାଦ ଆଇପିଏଲ ଟିମ ।

ସଞ୍ଜୀବ ଗୋଏଙ୍କାଙ୍କ ଆରପି ଏସଜି ଗ୍ରୁପ ୭୦୯୦ କୋଟି ଟଙ୍କାର ବିଡ ଲଗାଇଥିବା ବେଳେ ସିଭିସି କ୍ୟାପିଟାଲ ଗ୍ରୁପ ୫୬୦୦ କୋଟି ଟଙ୍କାର ବିଡ ଲଗାଇଥିଲା । ଏହା ସହିତ ଏହି ଦୌଡରେ ଆଗୁଆ ରହିଥିବା ଅଦାନୀ ଗ୍ରୁପ୍ ୫ ହଜାର କୋଟି ଟଙ୍କାର ବିଡ ସହିତ ପଛରେ ପଡିଯାଇଥିଲା । ଏହି ବିଡରୁ ୫ହଜାର କୋଟିର ଆୟର ଲକ୍ଷ୍ୟ ରଖିଥିବା ବିସିସିଆଇକୁ ପ୍ରାୟ ୧୨ହଜାର ୪୦୦ କୋଟିର ଲାଭ ହେବାକୁ ଯାଉଛି ।

Get real time updates directly on you device, subscribe now.