fbpx

ଲଞ୍ଚ ହେଲା ୨୦୨୧ Bajaj Dominar 400, ଜାଣନ୍ତୁ କ’ଣ ରହିଛି ଦାମ ଏବଂ ଫିଚର୍ସ

ନୂଆଦିଲ୍ଳୀ: ବାଇକରେ ଟୁର କରିବା ସାଧାରଣତଃ ଅନେକ ଲୋକଙ୍କୁ ପସନ୍ଦ ଆସିଥାଏ । ବାଇକରେ ଟୁର ପାଇଁ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ପାଇଁ ବଜାଜ ଏହାର ୨୦୨୧ Bajaj Dominar 400କୁ ଭାରତରେ ଲଞ୍ଚ କରିଛି । ଏହି ବାଇକରେ ଟୁର ପାଇଁ ଯିବା ପାଇଁ ଆବଶ୍ୟକ ସମସ୍ତ ଆକ୍ସେସୋରିଜକୁ କମ୍ପାନୀ ବାଇକ ସହ ପ୍ରଦାନ କରିଛି । ଭାରତରେ ଏହାର ଏକ୍ସ ସୋରୁମ ମୂଲ୍ୟ ୨,୧୬,୬୪୮ ଟଙ୍କା ରହିଛି । ଗାଡ଼ିରେ ଟୁରିଙ୍ଗ ଆକ୍ସେସୋରିଜ ଏବଂ ବାକି ଆକ୍ସେସୋରିଜ ଅଲଗା କିଣିବାକୁ ପଡ଼ିବ ନାହିଁ ।

ନୂଆ Dominar 400 ଦୁଇଟି କଲର ଅରୋରା ଗ୍ରୀନ ଏବଂ ଚାରକୋଲ ବ୍ଲାକ କଲରରେ ଦେଖିବାକୁ ମିଳିବ । କମ୍ପାନୀ କହିଛି ଯେ ସବୁ ଆକ୍ସେସୋରିଜ ଡୋମିନାର ସହ ମିଳିବ ଏଥିପାଇଁ ଅଲଗା ଆକ୍ସେସୋରିଜ୍ କିଣିବାକୁ ପଡ଼ିବ ନାହିଁ । କେବଳ ଲଗେଜ ସାଡେଲ ଅଲଗା କିଣିବାକୁ ପଡ଼ିବ । ବଜାଜ ଅଟୋର ବାଣିଜିକ୍ୟ ମୁଖ୍ୟ ନାରାୟଣ ସୁନ୍ଦରମ କହିଛନ୍ତି ଚାଳକଙ୍କ ପସନ୍ଦକୁ ଦେଖି ଏହାର ଡିଜାଇନକୁ ପ୍ରସ୍ତୁତ କରାଯାଇଛି ଏବଂ ହାତରେ ଟୁରିଙ୍ଗ ଆକ୍ସେସୋରିଜକୁ ଲଗାଯାଇଛି । କେବଳ ଷ୍ଟାଇଲ ନୁହେଁ ସୁରକ୍ଷା ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି । ତେବେ ରାଇଡରଙ୍କୁ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ କମ୍ପାନୀରେ ହିଁ ସବୁ ଆକ୍ସେସୋରିଜକୁ ଫିଟ୍ କରାଯାଇଛି ।

୨୦୨୧ ବଜାଜ ଡୋମିନାରର ଏକ ଭିନ୍ନ ଏବଂ ଷ୍ଟାଇଲିଶ ଫ୍ରଣ୍ଟ ଭାଇଜର ଦେଖିବାକୁ ମିଳିବ । ଯାହା ଏକ ଭଲ ୱିଣ୍ଡ-ପ୍ରୋଟେକ୍ସନ ଭାବରେ କାମ କରିବ । ବାଇକରେ ହ୍ୟାଣ୍ଡଗାର୍ଡ ଦେଖିବାକୁ ମିଳିବ ଯାହା ମଧ୍ୟ ୱିଣ୍ଡ ପ୍ରୋଟେକ୍ସନ ଭାବରେ କାମ କରିବ । ଟୁର୍ ସମୟରେ ଆସବାବପତ୍ର ରଖିବା ପାଇଁ ଲଗେଜ କ୍ୟାରିୟର ମଧ୍ୟ ରହିଛି । ପଛରେ ବସିବା ପାଇଁ ମଧ୍ୟ ଯଥେଷ୍ଟ ସ୍ଥାନ ରହିଛି । ଅନ୍ୟ ପରିବର୍ତ୍ତନ ମଧ୍ୟରେ ଏହାର ଇଞ୍ଜିନ ଉପରେ ଏକ ମେଟାଲ ବେସ ପ୍ଲେଟ ଦିଆଯାଇଛି । ବାଇକରେ ନାଭିଗେସନ ମାଉଣ୍ଟ ମଧ୍ୟ ରହିଛି ଯାହା ସାହାଯ୍ୟରେ ନାଭିଗେସନ ଡିଭାଇସ ରଖାଯାଇପାରିବ । ଏହା ସହ ୟୁଏସବି ଚାର୍ଜିଂ ପୋର୍ଟ ମଧ୍ୟ ଦେଖିବାକୁ ମିଳିବ ।

ତେବେ ୨୦୨୧ Bajaj Dominar 400ରେ BS6 373.33cc Liquid cooled DOHC FI ଇଞ୍ଜିନ ଦିଆଯାଇଛି ଯାହା 40bhp ଏବଂ 35nm ଟର୍କ ଉତ୍ପନ୍ନ କରିଥାଏ । ଏହା ଛଡ଼ା ବାକି ଫିଚର ପୂର୍ବ ପରି ରହିଛି ।

 

 

 

 

 

 

 

Get real time updates directly on you device, subscribe now.