fbpx

ଏହି ଦଳ IPL ଟ୍ରଫି ଜିତିବା ଫାଇନାଲ! ଭବିଷ୍ୟତର ଚମ୍ପିଆନକୁ ନେଇ ଖୁଲାସା କଲେ କୋଚ୍

Advertisement

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ବର୍ତ୍ତମାନ ରୋମାଞ୍ଚକର ମୋଡ ନେଉଛି । ଦ୍ୱିତୀୟ ପର୍ଯ୍ୟାୟର ପ୍ରତ୍ୟେକ ମ୍ୟାଚ ସଂଘର୍ଷ ପୂର୍ଣ୍ଣ ହେଉଥିବା ଦେଖାଯାଉଛି । ତେବେ ଶେଷରେ ପ୍ଲେଅଫରେ କେଉଁ ୪ଟି ଦଳ ସ୍ଥାନ ପାଇବେ, ସେଥିପାଇଁ ଚାଲିଛି ଲଢେଇ । କିନ୍ତୁ ଟିମ ଇଣ୍ଡିଆର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ଏବେ ଠାରୁ ସିଜନର ଚମ୍ପିଆନ ନାଁ ଘୋଷଣା କରି ସାରିଛନ୍ତି । ଚଳିତ ସିଜନରେ କେଉଁ ଦଳ ଟ୍ରଫି ନିଜ ନାଁରେ କରିବ, ସେ ନେଇ ଭବିଷ୍ୟବାଣୀ କରିଛନ୍ତି ରବି ଶାସ୍ତ୍ରୀ । ତେବେ ତାଙ୍କର ଏହି ଭବିଷ୍ୟବାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ଭାରତର ପୂର୍ବତନ କୋଚ ରବି ଶାସ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ପଏଣ୍ଟ ଟେବୁଲକୁ ଲକ୍ଷ୍ୟ କଲେ ଏହି ଦଳ ସବୁଠାରୁ ଶକ୍ତିଶାଳୀ ଏବଂ ସନ୍ତୁଳିତ ମନେ ହେଉଛି । ତେଣୁ ମୋର ଅନୁମାନ ଏହି ଦଳ ହିଁ ଚଳିତ ସିଜନରେ ଚମ୍ପିଆନର ମୁକୁଟ ପିନ୍ଧିପାରେ । ତେବେ ଶାସ୍ତ୍ରୀଙ୍କ ଅନୁମାନର ଏହି ଦଳ ହେଉଛି ପୂର୍ବତନ ଚମ୍ପିଆନ ତଥା ହାର୍ଦ୍ଦିକ ସେନା ଗୁଜୁରାଟ ଟାଇଟନ୍ସ । ପୁଣିଥରେ ଚଳିତବର୍ଷ ଚମ୍ପିଆନ ହୋଇପାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଏହି ଟିମ୍ । କାରଣ ଏହି ଦଳ ନିକଟରେ ୭-୮ ଖେଳାଳି ଲଗାତାର ଦମଦାର ପ୍ରଦର୍ଶନ କରୁଛନ୍ତି । ଏମାନଙ୍କ ପ୍ରଦର୍ଶନ ଦଳକୁ ପୁଣିଥରେ ବିଜୟ ମୁକୁଟ ପିନ୍ଧାଇବାରେ ଖୁବ ସାହାଯ୍ୟ କରିପାରେ ବୋଲି କହିଛନ୍ତି ଶାସ୍ତ୍ରୀ । ତେବେ ପାଣ୍ଡ୍ୟାଙ୍କ ପାଖରେ ନେତୃତ୍ୱ ନେବାର ସାମର୍ଥ୍ୟ ରହିଛି ଏବଂ ସେ ଦଳକୁ ସନ୍ତୁଳିତ କରିବାରେ ଖୁବ ମାହିର । ତେଣୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଗୁଜୁରାଟ ଆଇପିଏଲ ଟ୍ରଫିକୁ ନିଜ ନାମରେ କରିପାରେ ।

IPL 2023 Auction: Gujarat Titans Full Squad - Retained, Released Players

ଏହାବ୍ୟତୀତ ଶାସ୍ତ୍ରୀ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନଙ୍କର ମଧ୍ୟ ଖୁବ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ କ୍ୟାପଟେନ ସଞ୍ଜୁ ପୂର୍ବ ଅପେକ୍ଷା ଖୁବ ମ୍ୟାଚ୍ୟୁର ହୋଇଛନ୍ତି । ଦଳର ସ୍ପିନରମାନଙ୍କୁ ସେ ଖୁବ ସୁନ୍ଦର ଭାବରେ ବ୍ୟବହାର କରିପାରିଛନ୍ତି । ତେଣୁ ଦଳ ଲଗାତାର ଭଲ ପ୍ରଦର୍ଶନ କରିବା ସହ ବିଜୟଲାଭ କରୁଛି । ତେବେ ରବି ଶାସ୍ତ୍ରୀଙ୍କର ଏହି ବୟାନ କେତେ ଦୂର ସତ ହେବ ତାହା ଫାଇନାଲ ମ୍ୟାଚରେ ଜଣାପଡିବ । କିନ୍ତୁ ବର୍ତ୍ତମାନ ଗୁଜୁରାଟ ଟାଇଟନ୍ସ ୯ଟି ମ୍ୟାଚରୁ ୬ଟି ମ୍ୟାଚରେ ବିଜୟୀ ହୋଇ ୧୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ।

Get real time updates directly on you device, subscribe now.