ରହସ୍ୟରେ ଭରା ଏ ମନ୍ଦିର, ରୁହନ୍ତି ଶହ ଶହ ମୂଷା: ଜାଣନ୍ତୁ କର୍ଣ୍ଣି ମାତାଙ୍କ ଅପୂର୍ବ ଲୀଳା

ନୂଆଦିଲ୍ଲୀ : କୁହାଯାଉଛି ଭଗବାନଙ୍କ ଲୀଳା ଅପାର । ଲୋକେ ନିଜର ମନୋସ୍କାମନା ପୂରଣ କରିବା ପାଇଁ ଦୂର ଦୂରକୁ ଯାଇ ଦେବାଦେବୀଙ୍କୁ ଦର୍ଶନ କରୁଛନ୍ତି । ତେବେ କର୍ନି ମାଆର ମନ୍ଦିର ବହୁତ ପ୍ରସିଦ୍ଧ ଅଟେ । ସେଠାକାର ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି ଯେ କର୍ନି ମାଆ ଦୁର୍ଗାଙ୍କ ଅବତାର ଅଟନ୍ତି ।

ବିଂଶ ଶତାବ୍ଦୀର ଆରମ୍ଭରେ ଜଣେ ମହାରାଜା ଗଙ୍ଗା ସିଂ ଏହି ମନ୍ଦିର ନିର୍ମାଣ କରିଥିଲେ । ମନ୍ଦିରଟି ସମ୍ପୁର୍ଣ୍ଣ ଭାବେ ମାର୍ବଲରେ ତିଆରି ହୋଇଛି । ଏଠାରେ ଦେବୀ ମାଆଙ୍କୁ ରଖାଯାଇଛି । ମାଆଙ୍କ ମନ୍ଦିରଟି ରାହସ୍ଥାନର ବିକାନେର ଅଞ୍ଚଳରେ ଅବସ୍ଥିତ । ଦେବୀଙ୍କ ମୂର୍ତ୍ତିଟି ମନ୍ଦିରର ଗର୍ଭ ଗୃହରେ ଭିତରେ ବିରାଜମାନ ଅଟେ । ଏଠାରେ ଦେବୀଙ୍କ ମୂର୍ତ୍ତି ସହ ତାଙ୍କ ଭଉଣୀମାନଙ୍କର ବି ମୂର୍ତ୍ତି ଅଛି ବୋଲି କୁହାଯାଉଛି । ମା’ଙ୍କର ଏହି ମନ୍ଦିର ସହ ଜଡିତ ହୋଇ ଅନେକ ତଥ୍ୟ ରହିଛି । ଆସନ୍ତୁ ଜାଣିବା……

  • ମନେ କରାଯାଏ ଯେ, ମନ୍ଦିରରେ ୨୫,୦୦୦ରୁ ଅନ୍ଦିକ ମୂଷା ଅଛନ୍ତି, ଯାହାକୁ ‘କବ୍ୱା’ ନାମରେ ମଧ୍ୟ ଜଣାଯାଏ । ଏହି ମନ୍ଦିରରେ ମିଳୁଥରବା ଭୋଗକୁ ମଧ୍ୟ ମୂଷାକୁ ଖାଇବାକୁ ଦିଆଯାଏ । ଯେଉଁ ପ୍ରସାଦକୁ ମୂଷା ମାନେ ଅଧିକ ଖାଆନ୍ତି ତାହାକୁ ପବିତ୍ର ବୋଲି ମନେ କରାଯାଏ ।
  • କର୍ନି ମାଆଙ୍କ ମନ୍ଦିରରେ ଥିବା ହଜାର ହଜାର ମୂଷାଙ୍କୁ କୁହାଯାଏଛି ଯେ, ସେମାନେ ସୈନିକ ଥିଲେ, ଯେଉଁମାନେ କି ଯୁଦ୍ଧ କ୍ଷେତ୍ରକୁ ଛାଡି ଲୁଚି ପଳାଇଥିଲେ । ଲୁଚି ପଳାଇଥିବା ମୂଷାଙ୍କୁ ଦଣ୍ଡ ରୂପରେ ମୃତ୍ୟୁର ସାମ୍ନା କରିବାକୁ ପଡିଥିଲା, କିନ୍ତୁ କର୍ନି ମାଆଙ୍କ କୃପାରୁ ସେମାନେ ବଞ୍ଚିଯାଇଥିଲେ ଏବଂ ସେମାନେ ମୂଷାର ରୂପରେ ରହିଲେ ।
  • ମନ୍ଦିରରେ କଳା ମୂଷାଙ୍କ ମଧ୍ୟରେ ଗୋଟେ ଧଳା ମୂଷା ଦେଖାଗଲେ, ତାହାକୁ ଶୁଭ ସଂଙ୍କେତ ବୋଲି ମନେ କରାଯାଏ । କୁହାଯାଉଛି ଯେ, ଧଳା ମୂଷା ସ୍ୱୟଂ ମାଆ କର୍ନିଙ୍କ ରୂପ ଅଟେ । ମନ୍ଦିର ଭିତରେ ଯେଉଁମାନେ ଧଳା ମୂଷାକୁ ଦେଖନ୍ତି ସେମାନଙ୍କୁ ଭାଗ୍ୟଶାଳୀ ବୋଲି କୁହାଯାଏ ।