fbpx

ଶୀତ ଦିନେ ଘରୋଇ ଉପଚାର; ତ୍ୱଚାରୁ ସମସ୍ତ ଦାଗ ଦୂର କରି ମୁହଁକୁ ଉଜ୍ଜ୍ୱଳ କରିଥାଏ ଏହି ଜିନିଷ….

AAKASH

ଓଡ଼ିଶା ଭାସ୍କର: କଫିକୁ ଆମେ ସାଧାରଣତଃ ଚାହା ଭଳି ପିଇ ଥାଉ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କଫି ମୁହଁରେ ଲଗାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ । କଫି ମୁହଁରେ ଲଗାଇବା ଦ୍ୱାରା ମୁହଁରେ ଚମକ ଆସିଥାଏ ଏବଂ ଏହା ତ୍ୱଚାକୁ ଦାଗହୀନ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଯଦି ଆପଣଙ୍କ ମୁହଁରେ ବ୍ରଣ ସମସ୍ୟା ରହିଛି ତେବେ କଫି ଫେସ୍ ପ୍ୟାକ୍ ଲଗାନ୍ତୁ। ଏହା ଦ୍ୱାରା ମୁହଁର ଛଦ୍ର ସଫା ହୋଇଥାଏ ଏବଂ ବ୍ରଣର ଚିକିତ୍ସା କରାଯାଇପାରିବ । କଫିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି, ଯାହା ବ୍ରଣ ସୃଷ୍ଟିକାରୀ ବ୍ୟାକ୍ଟେରିଆକୁ ଦୂର କରିବାରେ ସାହାଯ୍ୟ କରିଥାଏ। କଫି ଫେସ୍ ପ୍ୟାକ୍ ଡାର୍କ ସର୍କଲରୁ ମଧ୍ୟ ମୁକ୍ତି ଦେଇଥାଏ। କାରଣ ଏହା ଦ୍ୱାରା ଆଖି ତଳେ ଥିବା ତ୍ୱଚାରେ ରକ୍ତ ସଞ୍ଚାଳନ ବଢିଥାଏ ଏବଂ ତ୍ୱଚା ସୁସ୍ଥ ହେବା ଆରମ୍ଭ ହୋଇଥାଏ । କଫିରେ ଥିବା କ୍ୟାଫିନ୍ ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ, ଯାହା ଥକାପଣ ଏବଂ ଆଖି ତଳେ ଥିବା ଡାର୍କ ସର୍କଲକୁ ହ୍ରାସ କରିଥାଏ।

ତେଲିଆ ତ୍ୱଚା ଓ ଶୁଷ୍କ ତ୍ୱଚା ପାଇଁ ମଧ୍ୟ କଫି ଫେସ୍ ପ୍ୟାକ୍ ଲାଭଦାୟକ ସାବ୍ୟସ୍ତ ହୋଇପାରେ। କଫିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଛି, ଯାହା ତୈଳଯୁକ୍ତ ତ୍ୱଚା ପାଇଁ ଲାଭଦାୟକ । କଫିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତ୍ୱଚାକୁ ଫ୍ରି ରେଡିକାଲରୁ ରକ୍ଷା କରିଥାଏ, ଯାହା ତ୍ୱଚାକୁ ପୋଷଣ ଦେଇଥାଏ ଏବଂ ଶୁଷ୍କ ତ୍ୱଚା ସମସ୍ୟାକୁ ଦୂର କରିଥାଏ । ଯଦି ଆପଣଙ୍କ ମୁହଁରେ କଳା ଦାଗ ରହିଛି, ତେବେ କଫି ଫେସ୍ ପ୍ୟାକ୍ ବ୍ୟବହାର କରିବା ଦ୍ୱାରା ମୁହଁ ସଫା ହୋଇଥାଏ। କଫିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ତ୍ୱଚାକୁ ଟୋନ କରିବା ସହ କଳା ଦାଗ ଦୂର କରିବାରେ ସାହାଯ୍ୟ କରିଥାଏ ।

* କିପରି ଫେସ୍ ପ୍ୟାକ୍ ତିଆରି କରିବେ ?

କଫି ଫେସ୍ ପ୍ୟାକ୍ ତିଆରି କରିବା ପାଇଁ ଆପଣଙ୍କୁ ୩-୪ ଚାମଚ କଫି ପାଉଡର ର ଆବଶ୍ୟକତା ପଡିବ । କଫି ପାଉଡର ସହିତ ୧ ଚାମଚ ଗୋଲାପ ଜଳ, ୧ ଚାମଚ ନଡ଼ିଆ ତେଲ ଏବଂ ୧ ଚାମଚ ମହୁ ମିଶାନ୍ତୁ । ଏହି ପେଷ୍ଟକୁ ମୁହଁରେ ଭଲ ଭାବେ ଲଗାଇ ଶୁଖିବାକୁ ଦିଅନ୍ତୁ। ପେଷ୍ଟ ମୁହଁରେ ଶୁଖିଯିବା ପରେ ଏହାକୁ ହାଲୁକା ହାତରେ ଘଷି ସଫା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଶେଷରେ ମୁହଁରେ ହାଲୁକା ମଇଶ୍ଚରାଇଜର ବ୍ୟବହାର କରନ୍ତୁ। ଆପଣ ସପ୍ତାହରେ ଥରେ କଫି ଫେସ୍ ପ୍ୟାକ୍ ବ୍ୟବହାର କରିପାରିବେ ।

*କଫି ଫେସ୍ ପ୍ୟାକ୍ ବ୍ୟବହାର କରିବା ସମୟରେ ଏହି ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ
– କଫି ଫେସ୍ ପ୍ୟାକ୍ କୁ ମୁହଁରେ ଲଗାଇବା ପୂର୍ବରୁ ମୁହଁକୁ ଭଲ ଭାବେ ସଫା କରନ୍ତୁ।
– କଫି ଫେସ୍ ପ୍ୟାକ୍ କୁ ମୁହଁରେ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ।
– କଫି ଫେସ୍ ପ୍ୟାକ୍ ବାହାର କରିବା ପରେ ମୁହଁରେ ମଇଶ୍ଚରାଇଜର ଲଗାନ୍ତୁ।
– ଯଦି ଆପଣଙ୍କୁ କଫି ପ୍ରତି ଆଲର୍ଜି ରହିଛି ତେବେ କଫି ଫେସ୍ ପ୍ୟାକ୍ ବ୍ୟବହାର କରନ୍ତୁ ନାହିଁ।

 

Get real time updates directly on you device, subscribe now.