fbpx
BSKY
BJD YOUTH SKY
BJD MS SKY

ଡିସେମ୍ବର ୨୧ରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ, ୨୪ ନିର୍ବାଚନ ପୂର୍ବରୁ ରଣନୀତି ପ୍ରସ୍ତୁତି

ନୂଆଦିଲ୍ଲୀ: ଦଳକୁ ସଜାଡ଼ି ପୁଣି ଆଗାମୀ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିବାକୁ ଯାଉଛି କଂଗ୍ରେସ । ଆସନ୍ତା ୨୦୨୪ ନିର୍ବାଚନ ପ୍ରସ୍ତୁତିକୁ ନେଇ ଡିସେମ୍ବର ୨୧ରେ କଂଗ୍ରସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ୨୦୨୪ ସାଧାରଣ ନିର୍ବାଚନର ରଣନୀତି ବିଷୟରେ ଆଲୋଚନା ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ । ନୂଆଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ଆଗାମୀ ନିର୍ବାଚନର ରଣନୀତି ପ୍ରସ୍ତୁତି ସହ ୪ ରାଜ୍ୟରେ ପରାଜୟକୁ ନେଇ ଆଲୋଚନା ହୋଇପାରେ । ଦଳକୁ ସୁଦୃଢ଼ କରିବା ସହ ବିରୋଧୀଙ୍କୁ ସମାଲୋଚନା କରିବା ପାଇଁ ସ୍ୱର ଶାଣିତ କରିବା ଏବଂ ଲୋକଙ୍କ ନିକଟତର ହେବା ନେଇ କଂଗ୍ରେସ ରଣନୀତି ପ୍ରସ୍ତୁତ କରିପାରେ । ଏହି ବୈଠକରେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ଦଳର ଅନ୍ୟ ପ୍ରମୁଖ ନେତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.