fbpx

କୋଭିଡ ଟେଷ୍ଟ ନାଁରେ ମହିଳାମାନଙ୍କ ସହ ହେଉଛି ଏମିତି ବ୍ୟବହାର: ଦେଖନ୍ତୁ ଏହି ଭିଡିଓ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢିବା ସହିତ ଟେଷ୍ଟିଂରେ ମଧ୍ୟ ବୃଦ୍ଧି ହୋଇଛି । କିନ୍ତୁ ଏହି ଟେଷ୍ଟିଂ ସମୟରେ ମହିଳାମାନଙ୍କ ସହ ଖରାପ ବ୍ୟବହାର କରାଯାଉଥିବାର ଏକ ଭିଡିଓ ଏବେ ସାମନାକୁ ଆସିଛି । ଚୀନର ଆର୍ଥିକ ରାଜଧାନୀ ଶଂଘାଇରେ ସ୍ଥାନୀୟ ଲୋକମାନଙ୍କୁ ସପ୍ତାହକୁ ୩ ଥର ଟେଷ୍ଟିଂ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଏହି ସମୟରେ ମହିଳାଙ୍କ ସହ ଅମାନବୀୟ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ, ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଯାହା ଚୀନର ପ୍ରଶାସନ ଉପରେ ଆଙ୍ଗୁଠି ଉଠାଇଛି ।

ସୂଚନା ଅନୁସାରେ, ଜଣେ ମହିଳା ନିଜର କରୋନା ଟେଷ୍ଟ କରାଇବାକୁ ଆସିଥିଲେ । କିନ୍ତୁ ତାଙ୍କୁ ଟେବୁଲ ତଳେ ପକାଇ ତାଙ୍କ ଉପରେ ଜଣେ ବ୍ୟକ୍ତି ବସିଥିବାର ଦେଖିବାକୁ ମିଳିଛି ଏ ଭିଡିଓରେ । ସେପଟେ ଜଣେ ସ୍ୱାସ୍ଥ୍ୟକର୍ମୀ ମହିଳାଙ୍କୁ ହାତକୁ ଖୁବ ଜୋରରେ ଧରି ଜବରଦସ୍ତ କୋଭିହ ଟେଷ୍ଟ କରୁଥିବା ମଧ୍ୟ ଦେଖାଯାଇଛି । ସାମ୍ପୁଲ ସଂଗ୍ରହ କରିବା ଉଦ୍ଦେଶ୍ୟରେ ମହିଳାଙ୍କ ମାନମର୍ଯ୍ୟାଦା କଥା ବି ଚିନ୍ତା କରି ନାହାନ୍ତି ଏମାନେ ।

Get real time updates directly on you device, subscribe now.