fbpx

ଦେଖା ଦେଉଛି କି ରକ୍ତହୀନତା? ଏହି ଶାଗ ଶରୀରରେ ପୂରଣ କରେ ରକ୍ତର ଅଭାବ

ଅନେକ ଲୋକଙ୍କ ଦେହରେ ଏବେ ରକ୍ତହୀନତା ଭଳି ଅନେକ ରୋଗ ଦେଖିବାକୁ ମିଳୁଛି । ଖାଦ୍ୟର ଅଭାବ ଏବଂ ଏହା ମୁଖ୍ୟ କାରଣ ବୋଲି ଜଣାଯାଏ । କିନ୍ତୁ ଏହାକୁ କିପରି ଦୂର କରାଯାଇ ପାରିବ, ତାହା ଏକ ବିରାଟ ପ୍ରଶ୍ନ ହୋଇ ଠିଆ ହୋଇଛି । ତେବେ ରକ୍ତହୀନତା ରୋଗରୁ ମୁକ୍ତି ପାଇବା ପାଇଁ ସବୁଠୁ ଉପଯୋଗୀ ହୋଇପାରେ ପାଳଙ୍ଗ ଶାଗ ।

ଶାଗ ମଧ୍ୟରେ ପାଳଙ୍ଗ ଶାଗ ହେଉଛି ଅନ୍ୟତମ । ଏଥିରେ ରହିଥିବା ପୋଷକ ତତ୍ତ୍ୱ ଶରୀର ପାଇଁ ବେଶ୍ ଉପକାରୀ । ଏଥିରେ ପ୍ରଚୁର ପରିମାଣର ପୁଷ୍ଟିକର ଉପାଦାନ ରହିଛି । ଯାହା ଦୃଷ୍ଟି ଶକ୍ତି ବଢାଇବା ସହ ରକ୍ତ ଅଭାବ ମଧ୍ୟ ପୂରଣ କରେ । ଏହାସହିତ ହାଡକୁ ମଜବୁତ କରିବାରେ ସହାୟକ ହୋଇଥାଏ ପାଳଙ୍ଗ ଶାଗ । ତେବେ ଆସନ୍ତୁ ଜାଣିବା ପାଳଙ୍ଗର ଅନ୍ୟ ସବୁ ଫାଇଦା ।

ଯେଉଁମାନଙ୍କର ଶରୀରରେ ରକ୍ତର ଅଭାବ ହୋଇଥାଏ, ସେମାନେ ନିଜ ଖାଦ୍ୟରେ ନିଶ୍ଚୟ ପାଳଙ୍ଗ ସାମିଲ କରିବା ଜରୁରୀ । ଏହା ଦ୍ୱାରା ରକ୍ତର ଅଭାବ ପୂରଣ ହୋଇଥାଏ । ଏହାଛଡା ଯେଉଁମାନଙ୍କ ରକ୍ତଚାପ ନିୟନ୍ତ୍ରଣ ବାହାରେ ରହିଥାଏ ସେମାନଙ୍କୁ ମଧ୍ୟ ନିଜ ଖାଦ୍ୟରେ ନିଶ୍ଚିତ ପାଳଙ୍ଗ ସାମିଲ କରିବା ଉଚିତ ।

ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ ରଖିବାରେ ମଧ୍ୟ ପାଳଙ୍ଗ ବହୁତ ଲାଭଦାୟକ ହୋଇଥାଏ । ଏହି ଶାଗ ଖାଇଲେ ହୃଦଘାତର ବିପଦ ମଧ୍ୟ କମ୍ ହୋଇଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ଦୁର୍ବଳ ହାଡକୁ ମଧ୍ୟ ପାଳଙ୍ଗ ଶାଗ ମଜବୁତ କରିବାରେ ସହାୟକ ହୋଇଥାଏ । ତେବେ ଦୃଷ୍ଟି ଶକ୍ତି ବଢାଇବା ପାଇଁ ପାଳଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଖାଦ୍ୟରେ ଏହାକୁ ନିଶ୍ଚୟ ସାମିଲ କରନ୍ତୁ ଯାହାଦ୍ୱାରା ବିଭିନ୍ନ ରୋଗରୁ ଆପଣ ରକ୍ଷା ପାଇପାରିବେ ।

Get real time updates directly on you device, subscribe now.