fbpx

ଲାଇଭ ମ୍ୟାଚରେ ପାକ ଖେଳାଳିଙ୍କ ମୃତ୍ୟୁ: ଭାଇରାଲ ହେଉଛି ଘଟଣା ସମୟର ଦୃଶ୍ୟ

ନୂଆଦିଲ୍ଲୀ: ପାକିସ୍ତାନର ଏକ କ୍ରିକେଟ ମ୍ୟାଚ ସମୟରେ ଆଖି ବୁଜିଛନ୍ତି ଜଣେ କ୍ରିକେଟର । ଫିଲ୍ଡିଙ୍ଗ ସମୟରେ ଉସମାନ ଶିନୱାରୀ ନାମକ ଜଣେ ଖେଳାଳିଙ୍କର ମୃତ୍ୟୁ ଘଟିଛି । ଯାହା ଏବେ ପାକିସ୍ତାନ କ୍ରିକେଟକୁ ଏକ ବଡ ଝଟକା ଲାଗିଛି । ପ୍ରଥମେ ସେ ମଇଦାନରେ ଅଚେତ ହୋଇ ପଡିଯାଇଥିଲେ । କିନ୍ତୁ ପରେ ତାଙ୍କୁ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ମୃତ୍ୟୁକର କାରଣ ହୃଦଘାତ ବୋଲି କହିଛନ୍ତି ଡାକ୍ତର ।

ସୂଚନା ଅନୁସାରେ, ଜୁବଲୀ କ୍ରିକେଟ ଗ୍ରାଉଣ୍ଡରେ ଆଜି ପାକିସ୍ତାନ କର୍ପୋରେଟ ଲିଗର ଏକ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ବର୍ଜର ପେଣ୍ଟସ ଏବଂ ଫ୍ରାଇଜଲାଣ୍ଡ । ବର୍ଜର ପେଣ୍ଟସ ବ୍ୟାଟିଂ କରୁଥିବା ବେଳେ ମଇଦାନରେ ଘଟିଥିଲା ଏକ ଅଦ୍ଭୁତ ଘଟଣା । ଫିଲ୍ଡିଂ କରୁଥିବା ବେଳେ ଉସ୍ମାନ ଶିନୱାରୀ ପଡିଆରେ ଗଳି ପଡିଥିଲେ । ଏହା ଦେଖି ଅନ୍ୟ ଖେଲାଳିମାନେ ତାଙ୍କ ନିକଟକୁ ଦୌଡି ଯାଇଥିଲେ । ତାଙ୍କୁ ହୋସକୁ ଆଣିବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ ସାଥୀ ଖେଳାଳି । ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେଉଛି ।

ଏହାପରେ ତାଙ୍କୁ ମେଡିକାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ମଧ୍ୟ ଉସ୍ମାନଙ୍କୁ ବଞ୍ଚାଇବାରେ ହାର ମାନିଛନ୍ତି । ତେବେ ହୃଦଘାତ ଯୋଗୁଁ ଉସ୍ମାନଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି । ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏହି ଉସ୍ମାନ ପାକିସ୍ତାନ ପାଇଁ ଟେଷ୍ଟ ଏବଂ ଦିନିକିଆ ଖେଳିଥିବା ସେହି କ୍ରିକେଟର ନୁହେଁ ବୋଲି ସ୍ପଷ୍ଟ ହୋଇଛି ।

Get real time updates directly on you device, subscribe now.