fbpx

ରାତି ହେଲେ ଶୁଭୁଛି ବ୍ରାହ୍ମଣଙ୍କ ଆକୁଳଙ୍କ ଚିତ୍କାର: ୨୦୦ ବର୍ଷରୁ ଅଭିଶପ୍ତ ଅବସ୍ଥାରେ ରହିଛି ଏହି ଗାଁ

AAKASH

ଭାରତରେ ଏମିତି ରହସ୍ୟମୟ ସ୍ଥାନ ଅଛି ଯାହା ବିଷୟରେ ଜାଣିଲେ ଆମେ ସବୁବେଳେ ଆଶ୍ଚର୍ଯ୍ୟ ହୋଇଥାଉ । ଭାରତରେ ଏମିତି ବି ଭୟଙ୍କର ସ୍ଥାନ ଅଛି ଯୋଉଠିକି ଯିବାକୁ ବାରଣ କରାଯାଏ । ଆଉ ଏମିତି ଏକ ଭୟଙ୍କର ସ୍ଥାନ ହେଉଛି କୁଲଧରା ଗାଁ । କୁଲଧରା ଏମିତି ଏକ ଗାଁ ଯାହା ୨୦୦ ବର୍ଷ ହେଲାଣି ଅଭିଶାପରେ ରହିଛି । ଏହି କାହାଣୀ ପ୍ରାୟ ୨୦୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା । ୧୨୯୧ ମସିହାରେ ଏହି ଗାଁ ପାଲିୱାଲ ବ୍ରାହ୍ମଣମାନଙ୍କ ଦ୍ୱାରା ସ୍ଥାପନ ହୋଇଥିଲା । ବ୍ରାହ୍ମଣମାନଙ୍କର ଏକ ସମୃଦ୍ଧ ଗ୍ରାମ ଥିଲା ଥିଲା କୁଲଧାରା । ହେଲେ ଏମିତି କଣ ହେଲା ଯୋଉଥିପାଇଁ ଗୋଟିଏ ରାତିରେ ଏହି ଗାଁ ଖାଲି ହୋଇଗଲା ? କଣ ରହସ୍ୟ ଅଛି କୁଲଧରା ଗାଁର ? କାହିଁକି କୁଲଧରାକୁ ଏକ ଅଭିଶପ୍ତ ଗାଁ ବୋଲି କୁହାଯାଏ ?

କୁଲଧରା ପାଲିୱାଲ ବ୍ରାହ୍ମଣମାନଙ୍କ ମଧ୍ୟରେ ଏକ ଜାତି ଗୋଷ୍ଠୀ ଥିଲା । କୃଷି ପାଇଁ ଗ୍ରାମବାସୀମାନେ କକନି ନଦୀ ଏବଂ କୂଅର ଜଳ ବ୍ୟବହାର କରୁଥିଲେ । ତେବେ ୧୮୧୫ ସୁଦ୍ଧା ଗାଁର ଅଧିକାଂଶ କୂଅ ଶୁଖି ଯାଇଥିଲା । ତେଣୁ ନିଷ୍ଠୁର ମନ୍ତ୍ରୀ ସଲିମ ସିଂ ଗାଁ ଉପରେ ଅତ୍ୟଧିକ ଟିକସ ଆଦାୟ କରି ଏହାର ଅବନତି ଘଟାଇଥିଲା । ଇତିହାସର ରେକର୍ଡ ଅନୁଯାୟୀ ଗାଁର ଜନସଂଖ୍ୟା ଧୀରେ ଧୀରେ ହ୍ରାସ ପାଇଲା । ହେଲେ ୧୮୨୫ ମସିହାରେ ଦିନେ କିଛି ଏମିତି ଭୟାନକ ଘଟଣା ଘଟିଗଲା, ଯାହା ଫଳରେ ଗୋଟିଏ ରାତିରେ ପୁରା ଗାଁ ଅଦୃଶ୍ୟ ହୋଇଗଲା । ରାତାରାତି ଜନଶୂନ୍ୟ ହୋଇଗଲା ସମୃଦ୍ଧ ଗାଁ କୁଳଧର ।

ସୁଖ ଶାନ୍ତିରେ ଜୀବନ ଅତିବାହିତ କରୁଥିବା ବେଳେ ଏକ ବ୍ରାହ୍ମଣ ଝିଅ ଉପରେ ଏକ ଲୋଭି ଅସାଧୁ ସଲାମ ସିଂ ର ଖରାପ ନଜର ପଡିଥିଲା । ସେ ତାକୁ ପାଇବା ପାଇଁ ସବୁ ସୀମା ପାର କରିବାକୁ ରାଜି ଥିଲା । ଏପରିକି ସେ ଅନେକ ଜୋର ଜବରଦସ୍ତି ମଧ୍ୟ କରୁଥିଲା, ହେଲେ ବାରମ୍ବାର ବିଫଳ ହୋଇଥିଲା ସଲାମ ସିଂ । ତେଣୁ ଭଲରେ ଝିଅଟିକୁ ତାକୁ ନ ଦେଲେ ସଲାମ ସିଂ ତାକୁ ଅପହରଣ କରି ନିଜର କରିବ ବୋଲି ଗ୍ରାମବାସୀଙ୍କୁ ଧମକ ଦେଇଥିଲା । ବ୍ରାହ୍ମଣ ସମାଜ ଆଗରେ ନିଜ ଗାଁ ଝିଅର ଇଜତ ବଞ୍ଚାଇବା ତାଙ୍କ ପାଇଁ ଜଟିଳ ହୋଇପଡିଥିଲା । ଗ୍ରାମବାସୀଙ୍କ ପାଖରେ ଦୁଇଟି ରାସ୍ତା ଥିଲା । ପ୍ରଥମତଃ ସେମାନେ ଚାହିଁଥିଲେ ଝିଅଟିକୁ ସେ ରାକ୍ଷସ ହାତରେ ଟେକି ଦେଇଥାନ୍ତେ ଅଥବା ନିଜର କିମ୍ବା ଗାଁର ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରିଥାନ୍ତେ । ଏହି ସମୟରେ ସଚୋଟ ଗ୍ରାମବାସୀ ବାଛିଲେ ଦ୍ୱିତୀୟ ରାସ୍ତା ।

୮୪ଟି ଗ୍ରାମର ସମସ୍ତ ବ୍ରାହ୍ମଣ ଏକାଠି ହୋଇ ଗ୍ରାମ ଛାଡି ପଳାଇଯିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ମାତ୍ର ଗୋଟିଏ ରାତି ମଧ୍ୟରେ ନିର୍ଜନ ହୋଇଗଲା ପୁରା ଗାଁ । କୁଳଧର ଗାଁ ସହିତ ଆଖପାଖ ସମସ୍ତ ଗାଁ ଖାଲି ହୋଇଯାଇଥିଲା । କିନ୍ତୁ ନିଜର ଭିଟା ମାଟିକୁ ଛାଡି ଯାଉଥିବା ସମୟରେ ବ୍ରାହ୍ମଣ ଅଭିଶାପ ଦେଇ ଯାଇଥିଲେ । ସେ କହିଥିଲେ ସେହି ଗ୍ରାମରେ କେହି ମଧ୍ୟ ରହିପାରିବେନି ଯଦି କେହିବି ସେଠି ରହିବାକୁ ଚେଷ୍ଟା କରିବ ତେବେ ବର୍ବାଦ ହୋଇଯିବେ । ତେଣୁ ଆଜି ମଧ୍ୟ ସେହି ସ୍ଥାନ ନିର୍ଜନ ଏବଂ ଖାଲି ହୋଇ ପଡି ରହିଛି । ଆଜି ପର୍ଯ୍ୟନ୍ତ ଏହି ସ୍ଥାନରେ ଜନବସତି ହୋଇପାରୁନାହିଁ ।

ତେବେ ଏହି ଗାଁ ଏବେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ତେବେ ଯେଉଁ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସୁଛନ୍ତି ତାଙ୍କ ସହ ସେଠାରେ କିଛି ନା କିଛି ଅଜବ ଘଟଣା ଘଟିଯାଇଛି । କାହାକୁ ମହିଳାଙ୍କ ହସିବା ଶବ୍ଦ ତ ଆଉ କାହାକୁ ଚୁଡ଼ି ଆଉ କାହାକୁ ଏଠାରେ ପାଉଁଜିର ସ୍ୱର ଶୁଣିବାକୁ ମିଳିଛି । ଏମିତିକି ସେଠାରେ ପଲିୱାଲ ବ୍ରାହ୍ମଣଙ୍କ ଆକୁଳ ଚିତ୍କାର ମଧ୍ୟ ଅନେକ ଥର ଶୁଣିବାକୁ ମିଳୁଛି । ଏଠାକୁ ଯିଏ ଯାଏ ତାର ଚିହ୍ନବର୍ଣ୍ଣ ମିଳେନି । ଆଉ ଏହି ଘଟଣା ପରଠାରୁ କୁଳଧରା ଗାଁକୁ ସନ୍ଧ୍ୟା ବେଳେ କୌଣସି ବ୍ୟକ୍ତିଙ୍କୁ ଯିବାକୁ ବାରଣ କରାଯାଇଥିଲା ।

Get real time updates directly on you device, subscribe now.