fbpx

ସତ ହେବକି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ? ଆଗାମୀ ୩ ମାସ ଭାରତ ପାଇଁ ଆଣିବ ବଡ ସମସ୍ୟା ,ସବୁଠି ଦେଖା ଦେବ ହାହାକାର!

Advertisement

ନୂଆଦିଲ୍ଲୀ: ଆଗାମୀ ଦିନରେ ଭାରତ କଠିନ ପରିସ୍ଥିତିର ସାମ୍ନା କରିବାକୁ ଯାଉଛି । ଭାରତରେ ବିଭିନ୍ନ୍ନ ସମସ୍ୟା ଦେଖା ଦେବା ସହ ଖାଦ୍ୟ ସଂକଟ ମଧ୍ୟ ଦେଖା ଦେବ । ଖାଦ୍ୟ ଅନ୍ୱେଷଣରେ ଶସ୍ୟକ୍ଷେତ୍ରରେ ପଙ୍ଗପାଳଙ୍କ ପ୍ରକୋପ ଦେଖିବାକୁ ମିଳିବ । ଫଳରେ କୃଷକମାନେ ସେମାନଙ୍କ କ୍ଷେତ ନଷ୍ଟ କରିବେ । ଏଥି ସହିତ ଦେଶର ତାପମାତ୍ରା ମଧ୍ୟ ହ୍ରାସ ପାଇବ । ଚଳିତ ବର୍ଷ ପୂରିବାକୁ ଆଉ ତିନି ମାସ ମାସ ବାକି ଥିବା ବେଳେ ଏପରି କିଛି ଘଟଣା ଦେଶରେ କିଛି ଘଟିପାରେ । ଯାହାକୁ ନେଇ ଭବିଷ୍ୟବାଣି କରିଛନ୍ତି ବାବା ଭେଙ୍ଗା ।

ବୁଲଗେରିଆର ବିଶ୍ୱବିଖ୍ୟାତ ଭବିଷ୍ୟବକ୍ତା ବାବା ଭେଙ୍ଗା ୨୦୨୨ ବର୍ଷ ପାଇଁ ଏପରି କିଛି ଭବିଷ୍ୟବାଣି କରିଛନ୍ତି । ତେବେ ସେ ଚଳିତ ବର୍ଷ ପାଇଁ ପୂର୍ବରୁ ଅନେକ ଭବିଷ୍ୟବାଣୀ କରିଥିବା ବେଳେ ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨ଟି ସତ ପ୍ରମାଣିତ ହୋଇସାରିଛି । ତେବେ ବାବାଙ୍କ ଏପରି ଭବିଷ୍ୟବାଣି ଜାଣିବା ପରେ ବର୍ତ୍ତମାନ ଲୋକଙ୍କ ମନରେ ଏହାକୁ ନେଇ ଭୟ ସୃଷ୍ଟି ହୋଇଛି । ବାବାଙ୍କ ଭବିଷ୍ୟବାଣି ଅନୁଯାୟୀ ୨୦୨୨ରେ ଏକ ଭୟଙ୍କର ଭାଇରସ ଆସିବ । ଯାହାକି ସମଗ୍ୱ ବିଶ୍ୱକୁ ଗ୍ରାସ କରିବ । ତେବେ ସେହି ଘାତକ ଭାଇରସ ସାଇବେରିଆରୁ ସୃଷ୍ଟି ହେବ । ଏଥିସହିତ ଜଳବାୟୁର ପରିବର୍ତ୍ତନ କାରଣରୁ ବରଫ ତରଳିବା ସହ ଭାଇରସ୍ ସାରା ବିଶ୍ୱକୁ ବ୍ୟାପିଯିବ । ଯାୀହାଫଳରେ ଲୋକଙ୍କର ପରିସ୍ଥିତି ଖରାପ ହୋଇଯିବ ।

ବର୍ତ୍ତମାନ ସୁଦ୍ଧା ବାବା ଭେଙ୍ଗା ୫୦୭୯ଟି ଭବିଷ୍ୟବାଣୀ କରିସାରିଥିବା ବେଳେ ସେଥିରୁ ୨୦୨୨ ବର୍ଷ ପାଇଁ ୬ଟି ଭବିଷ୍ୟବାଣୀ ରହିଥିଲା । ଏସିଆର ବିଭିନ୍ନ ଦେଶ ଓ ଅଷ୍ଟ୍ରେଲିଆରେ ଭୟଙ୍କର ବନ୍ୟା ଆସିବ ବୋଲି ସେ ଭବିଷ୍ୟବାଣୀ କରିଥିଲେ, ଯାହାକି ସତ ହୋଇଥିଲା । ଏଥିସହିତ ୟୁରୋପର କିଛି ଅଞ୍ଚଳ ଶୁଷ୍କ ହୋଇଯିବ, ୨୦୨୨ରେ ଏଲିଅନ୍ସଙ୍କ ହମଲା ସହ ପ୍ରାକୃତିକ ବିପତ୍ତି ଆସିବ ବୋଲି ସେ ଭବିଷ୍ୟବାଣୀ କରିଥିଲେ । ବାବା ଭେଙ୍ଗା ୧୯୧୧ରେ ବୁଲଗେରିଆରେ ଜନ୍ମଗ୍ରହଣ କରିଥିବା ବେଳେ ମାତ୍ର ୧୨ ବର୍ଷ ବୟସରେ ତାଙ୍କର ଦୃଷ୍ଟିଶକ୍ତି ଚାଲିଯାଇଥିଲା । ବର୍ତ୍ତମାନ ସୁଦ୍ଧା ତାଙ୍କର ୮୫ ପ୍ରତିଶତ ଭବିଷ୍ୟବାଣୀ ସତ ହୋଇସାରିଛି । ୧୯୬୬ରେ ବାବାଙ୍କର ସ୍ତନ କର୍କଟରେ ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.