fbpx

CAA ବିରୋଧ କରୁଥିବା ଲୋକେ ଦେବେ କ୍ଷତିପୂରଣ: ୬୦ ପ୍ରଦର୍ଶନକାରୀଙ୍କୁ ୫୭ ଲକ୍ଷ ନୋଟିସ ପଠାଇଲା ପୋଲିସ

ଲକ୍ଷ୍ନୌ: ତିନି ବର୍ଷ ପୂର୍ବେ ସିଏଏ ଏବଂ ଏନଆରସି ବିରୋଧୀ ପ୍ରଦର୍ଶନ ସମୟରେ ହୋଇଥିବା ହିଂସା ଏବଂ ଉତ୍ତେଜନା ଘଟଣାରେ ସାମିଲ ନହଟୋରର ୬୦ ପ୍ରଦର୍ଶନକାରୀଙ୍କୁ ୫୭ ଲକ୍ଷ ଟଙ୍କାର କ୍ଷତିପୂରଣ ଭରିବା ପାଇଁ ପୋଲିସ ନୋଟିସ ଜାରି କରିଛି

ନହଟୋରର ଥାନା ପ୍ରଭାରୀ ପଙ୍କଜ ତୋମର ଶନିବାର କହିଛନ୍ତି ଯେ ୨୦ ଡିସେମ୍ବର ୨୦୧୯ ରେ ନହୋଟରରେ ସିଏଏ/ଏନଆରସି ବିରୋଧରେ ହେଉଥିବା ପ୍ରଦର୍ଶନ ହିଂସାର ରୂପ ନେଇଥିଲା ସେ କହିଥିଲେ ଯେ ଭିଡ଼ ସରକାରୀ ସମ୍ପତ୍ତିକୁ କ୍ଷତି ପହଞ୍ଚାଇଥିଲେ ଏବଂ ଥାନାରେ ଥିବା ପୋଲିସ୍ ଜିପ୍ ଏବଂ ମୋଟରସାଇକେଲକୁ ନିଆଁ ଲଗାଇଦେଇଥିଲେ

 

ଏହି ସମୟରେ ଭିଡ଼ ପୋଲିସ୍ ଉପରକୁ ପଥର ଫିଙ୍ଗିଥିଲେ, ଯାହାର ଜବାବରେ ପୋଲିସ ଗୁଳି ଚଳାଇଥିଲା ଯେଉଁଥିରେ ଦୁଇ ଯୁବକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା ତୋମର ପ୍ରଶାସନର ୫୭ ଲକ୍ଷ ଟଙ୍କା ସରକାରୀ ସମ୍ପତ୍ତି କ୍ଷତିର ଆକଳନ ହୋଇଥିଲା ଆଉ ଏବେ ହିଂସାରେ ସାମିଲ ୬୦ ଅଭିଯୁକ୍ତଙ୍କୁ ୫୭ ଲକ୍ଷ ଟଙ୍କାର କ୍ଷତିପୂରଣ ପାଇଁ ନୋଟିସ ଜାରି କରାଯାଇଛି

Get real time updates directly on you device, subscribe now.