ଶ୍ରେୟା ଘୋଷାଲଙ୍କ ସହ ଦର୍ଶକ ଗାଇଲେ ‘ବନ୍ଦେ ମାତରମ’, ପୁଷ୍ପା ଧୁନରେ ଥରି ଉଠିଲା କୋଲକାତା
ଆଇପିଏଲ ୨୦୨୫ର ଓପନିଂ ସେରିମନି ହୋଇସାରିଛି ଆରମ୍ଭ, ଶ୍ରେୟା ଘୋଷାଲଙ୍କ କଣ୍ଠ ସ୍ୱରରେ ଦର୍ଶକ ଦିୱାନା
ନୂଆଦିଲ୍ଲୀ: ଆଇପିଏଲକୁ ୧୮ ବର୍ଷ ପୂରିଛି । ଇଣ୍ଡିଆନ ପ୍ରିମିୟର ଲିଗର ଓପନିଂ ସେରିମନି ଆରମ୍ଭ ହୋଇସାରିଛି । ଏହି ସିଜନର ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର ମଧ୍ୟରେ ଖେଳାଯିବ ।
ଏହି ସମାରୋହରେ ଦର୍ଶକ ଶ୍ରେୟା ଘୋଷାଲଙ୍କ କଣ୍ଠସ୍ୱରରେ ଦିୱାନା ହୋଇଯାଇଛନ୍ତି । ଏହି ଓପନିଂ ସେରିମନିରେ ଶାହରୁଖ ଖାନ ମ୍ୟାଚକୁ ଉଦଘାଟନ କରିଛନ୍ତି । ଶ୍ରେୟା ମେରେ ଢୋଲ୍ନା ଗୀତରୁ ଆରମ୍ଭ କରିଛନ୍ତି । ତାଙ୍କ ସ୍ୱର ଶୁଣି ଦର୍ଶକ ଝୁମି ଉଠିଛନ୍ତି ।
ଶ୍ରେୟାଙ୍କ ମଧୁର କଣ୍ଠସ୍ୱର ଏବଂ ପୁଷ୍ପାର ଧୁନ କୋଲକାତାର ଲୋକଙ୍କୁ ଝୁମାଇବାକୁ ବାଧ୍ୟ କରିଛି । ଇଡେନ ଗାର୍ଡେନରେ ଶ୍ରେୟା ଘୋଷାଲଙ୍କ ସହ ହଜାର ହଜାର ଲୋକେ ବନ୍ଦେ ମାତରମ ମଧ୍ୟ ଗାଇଛନ୍ତି ।