fbpx

ବରର ଉଚ୍ଚତା ୩୬ ଇଞ୍ଚ, କନ୍ୟାର ଉଚ୍ଚତା ୩୪ ଇଞ୍ଚ: ବିନା ନିମନ୍ତ୍ରଣରେ ବିବାହ ମଣ୍ଡପରେ ରୁଣ୍ଡ ହେଲେ ହଜାର ହଜାର ଲୋକ

ନୂଆଦିଲ୍ଲୀ: ବାହାଘର ଉତ୍ସବମାନଙ୍କରେ ନିମନ୍ତ୍ରଣ ପାଇ ଅନେକ ଲୋକ ଯୋଗ ଦେଇଥାନ୍ତି । ମାତ୍ର ବିନା ନିମନ୍ତ୍ରଣରେ ହଜାର ହଜାର ଲୋକ ଯୋଗଦେବା ନିହାତି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ନିକଟରେ ମଧ୍ୟପ୍ରଦେଶର ଭାଗଲପୁରରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ନିକଟସ୍ଥ କିଛି ଗ୍ରାମରୁ ଲୋକମାନେ ଆସି ନବଦମ୍ପତିଙ୍କୁ ଶୁଭକାମନା ଜଣାଇଥିଲେ । ଏଥିସହ ଆଉ କିଛି ଲୋକ ବର, କନ୍ୟାଙ୍କ ସହିତ ସେଲଫି ନେଉଥିବା ଦେଖିବାକୁ ମିଳିଥିଲା ।

ତେବେ ପ୍ରକୃତ କଥା ହେଉଛି, ବାହାହେଉଥିବା ବରଙ୍କର ଉଚ୍ଚତା ୩୬ ଇଞ୍ଚ ହୋଇଥିବା ବେଳେ କନ୍ୟାଙ୍କର ଉଚ୍ଚତା ଥିଲା ୩୪ ଇଞ୍ଚ । ତେଣୁ ଏହି ‘ରବ ନେ ବନା ଦି ଯୋଡ଼ି’ଙ୍କୁ ଦେଖିବା ପାଇଁ ଆଖପାଖରୁ ବହୁ ଲୋକ ରୁଣ୍ଡ ହୋଇଥିଲେ । ୨୪ ବର୍ଷୀୟା କନ୍ୟା ମମତା ନବଗଛିଆ ଅଭିୟା ବଜାର ଅଞ୍ଚଳରେ ରୁହନ୍ତି । ମମତା ମସାରୁ ନିବାସୀ ୨୬ ବର୍ଷୀୟ ମୁତ୍ରା ଭାରତୀଙ୍କୁ ବିବାହ କରିଥିଲେ ।

ତେବେ ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ଉଭୟ ବର ଓ କନ୍ୟାଙ୍କୁ ସେମାନଙ୍କର ମନ ମୁତାବକ ପାର୍ଟନର ମିଳିଯାଇଥିଲା । ଏପରି ଏକ ବିରଳ ବିବାହକୁ ନେଇ ସ୍ଥାନୟୀ ଅଞ୍ଚଳରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ଏହି ବିବାହର ମୁହୂର୍ତ୍ତକୁ ଅନେକ ଲୋକ ମୋବାଇଲରେ ରେକର୍ଡ କରୁଥିବା ଦେଖାଯାଇଥିଲା ।

Get real time updates directly on you device, subscribe now.