fbpx

ମୁକେଶ ଅମ୍ବାନୀ ଓ ପରିବାରକୁ ଫୋନରେ ଧମକ: ୩ଟି କଲ୍ ପରେ ଜଣେ ଅଭିଯୁକ୍ତ ଗିରଫ

ମୁମ୍ବାଇ: ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରକୁ ଫୋନ ଦ୍ୱାରା ମିଳିଛି ଧମକ । ଥରେ କିମ୍ବା ୨ ଥର ନୁହେଁ, ୩ ଥର କଲ୍ କରି ସେମାନଙ୍କୁ ଧମକ ଦିଆଯାଇଛି । ଏ ନେଇ ଅଭିଯୋଗ ପରେ ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି । ଏଥିସହ ଜଣେ ବ୍ୟକ୍ତିଙ୍କୁ ଏହି ମାମଲାରେ ଗିରଫ କରାଯାଇଥିବା ଜଣାଯାଇଛି ।

ଧମକ ନେଇ ଅଭିଯୋଗ ହେବା ପରେ ଡିବି ମାର୍ଗ ପୋଲିସ ଷ୍ଟେସନ ଏ ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ତେବେ ମୁକେଶ ଏବଂ ପରିବାରକୁ ୩ ଥର ଧମକପୂର୍ଣ୍ଣ କଲ୍ ଆସିଥିବା ଅଭିଯୋଗ ହୋଇଛି । ଆଜି ସକାଳେ ଏହି ଫୋନ କଲ୍ ରିଲାଏନ୍ସ ଫାଉଣ୍ଡେସନର ହରକିଶନ ଦାସ ହସ୍ପିଟାଲ ଡିସପ୍ଲେ ନମ୍ବରକୁ ଆସିଥିବା ଜଣାଯାଇଛି । ଏହି ଫୋନ କଲ୍ ରେ ମୁକେଶ ଅମ୍ବାନୀ ସମେତ ତାଙ୍କ ସମ୍ପୂର୍ଣ୍ଣ ପରିବାରକୁ ଧମକ ଦିଆଯାଇଛି ।

ଏହାପୂର୍ବରୁ ଗତବର୍ଷ ଫେବୃୟାରୀ ମାସରେ ଦେଶର ବିଶିଷ୍ଟ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଘର ବାହାରେ ଏକ ସନ୍ଦିଗ୍ଧ କାର ମଧ୍ୟ ଜବତ ହୋଇଥିଲା । ଏଥିରେ ୨୦ଟି ଜେଲାଟିନ ଷ୍ଟିକ ଜବତ କରାଯାଇଥିଲା । ତେବେ ଏହି ମାମଲାକୁ ନେଇ ମହାରାଷ୍ଟ୍ର ଏଟିଏସ ବ୍ୟତୀତ ଏନଆଇଏ ମଧ୍ୟ ତଦନ୍ତ କରି ସାରିଛି । ତେବେ ଯେେଉଁ କାରରେ ବିସ୍ଫୋରକ ଜବତ ହୋଇଥିଲା, ତାହା ମନସୁଖ ହିରେନଙ୍କର ଥିଲା ବୋଲି ଜାଣିବାକୁ ମିଳିଛି । ଏହି ଘଟଣାରେ ମୁମ୍ବାଇ ପୋଲିସ ଅଫିସର ସଚିନ ବାଝେଙ୍କୁ ଗିରଫ କରିଥିଲା ଏନଆଇଏ ।

Get real time updates directly on you device, subscribe now.