fbpx

ସକିଲର ୩ ସହଯୋଗୀକୁ ବାନ୍ଧିନେଲା ପୋଲିସ

କଟକ,୨୪ ।୮(ଓଡିଶା ଭାସ୍କର): କଟକରେ କୁଖ୍ୟାତ ଅପରାଧୀ ସକିଲର ୩ ସହଯୋଗୀଙ୍କୁ ବାନ୍ଧିନେଇଛି ପୋଲିସ । ବଟି ମାଗୁଥିବା ବେଳେ ଗିରଫ କରିଛି ବାଦାମବାଡି ପୋଲିସ । ଜେଲରେ ରହି ମଧ୍ୟ ବଟି ମାଗିବାକୁ ସକିଲ କହିଥିଲା । ଜଣେ ବ୍ୟକ୍ତଙ୍କୁ ୨ ଲକ୍ଷ ଟଙ୍କାର ବଟି ମାଗୁଥିବା ବେଳେ ସକିଲର ୩ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ ।

ତେବେ ଗତ ୧୯ ତାରିଖରେ ଦୁର୍ଦ୍ଦାନ୍ତ ଅପରାଧୀ ସକିଲର ୪ ସହଯୋଗୀ ଗିରଫ ହୋଇଥିଲେ । ଦାଦାବଟି ମାଗିବା ଅଭିଯୋଗରେ ସେମାନଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କଠାରୁ ବନ୍ଧୁକ ଓ ମୋବାଇଲ ଫୋନ ଜବତ ହୋଇଥିଲା । ଏଥିରୁ ଜଣାପଡୁଛି ଯେ, ସହଯୋଗୀମାନେ ସକିଲର ନିର୍ଦ୍ଦେଶରେ ଦାଦାବଟି ଆଦାୟ କରୁଛନ୍ତି ।

Get real time updates directly on you device, subscribe now.