fbpx

ପ୍ରବଳ ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି, ଜାଣନ୍ତୁ କେଉଁ ତାରିଖରେ କେଉଁ କେଉଁ ଜିଲ୍ଲା

ଭୁବନେଶ୍ୱର, ୨୪ା୮(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଘୂର୍ଣ୍ଣିବଳୟର ରୂପ ନେଇଛି । ଏହା ପ୍ରଭାବରେ ଆଜିଠାରୁ କେତେକ ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଛି । ଏହାସହ କେତେକ ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ଼ ଆଲର୍ଟ ମଧ୍ୟ ଜାରି କରାଯାଇଛି । ୨୫ତାରିଖ ଦିନ ୧୧ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୁରଭଞ୍ଜ, ଢ଼େଙ୍କାନାଳ, ଅନୁଗୁଳ ଓ ଦେଓଗଡ଼ । ସେହିପରି ୨୬ତାରିଖ ଦିନ ସମ୍ବଲପୁର, ସୋନପୁର, ବରଗଡ଼, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା ଓ ଦେଓଗଡ଼ ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କରାଯାଇଛି ।

Get real time updates directly on you device, subscribe now.