ବିଜେଡି ଖଣ୍ଡ ଖଣ୍ଡ, ଦେବାଶିଷଙ୍କୁ ବିରୋଧ କରି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ୩ ସାଂସଦ

ପାଣ୍ଡିଆନଙ୍କ ସପକ୍ଷରେ ସାଂସଦ ନିରଞ୍ଜନ ବିଶି, ମାନସ ମଙ୍ଗରାଜ, ସୁଲତା ଦେଓଙ୍କ ଓକିଲାତି ।

ଭୁବନେଶ୍ବର: ଓ୍ବକଫ ବିଲ ସପକ୍ଷରେ ସସ୍ମିତ ପାତ୍ରଙ୍କ ଭୋଟ ପରଠାରୁ ଜୋର ଧରିଛି ରାଜନୀତି । ବିଜେଡି ଦୁଇଫାଳ ହୋଇଗଲା ପରି ମନେ ହେଉଛି । ଏହା ପଛରେ ପାଣ୍ଡିଆନଙ୍କ ହାତ  ଥାଇପାରେ ବୋଲି କିଛି ଜଣ ବ୍ୟକ୍ତି କହୁଥିବା ବେଳେ ଆଜି ନବୀନ ନିବାସରେ ପାଣ୍ଡିଆନ ବିରୋଧୀ ନାରା ଦେଖିବାକୁ ମିଳିଥିଲା ।

ନବୀନ ନିବାସରେ ମୁନାଙ୍କ ସମର୍ଥକମାନେ ପାଣ୍ଡିଆନ ଗୋ ବ୍ୟାକ୍ ନାରା ସହିତ ପାଣ୍ଡିଆନ୍ ହଟାଅ, ବିଜେଡି ବଞ୍ଚାଅ ନାରାବାଜି ଦେଇଥିଲେ । ଏହାରି ଭିତରେ ପାଣ୍ଡିଆନ ସପକ୍ଷରେ ବାହାରିଛନ୍ତି 3ଜଣ ସାଂସଦ । ସାଂସଦ ନିରଞ୍ଜନ ବିଶି, ମାନସ ମଙ୍ଗରାଜ, ସୁଲତା ଦେଓ ପାଣ୍ଡିଆନଙ୍କ ସପକ୍ଷରେ ଓକିଲାତି କରିଛନ୍ତି ।

ନିରଞ୍ଜନ ବିଶିଙ୍କ ପୋଷ୍ଟ- ପାଣ୍ଡିଆନଙ୍କୁ ଅଯଥା ବଦନାମ କରାଯାଉଛି ଲେଖିଲେ ସାଂସଦ ବିଶି  । ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟକୁ ନିନ୍ଦା କରୁଛି । କିଛି ଅଭିସନ୍ଧି ରଖି ଦେବାଶିଷ ଏପରି କହିଛନ୍ତି ସେ ଆଜି ପୋଷ୍ଟ କରିଛନ୍ତି ।

ନିନ୍ଦା କଲେ ମାନସ ମଙ୍ଗରାଜ- ଦେବାଶିଷଙ୍କ ମନ୍ତବ୍ୟକୁ ମଧ୍ୟ ନିନ୍ଦା କଲେ ମାନସ ମଙ୍ଗରାଜ । ରାଜନୀତିରୁ ୧୦ ମାସ ହେଲା ପାଣ୍ଡିଆନ ଅବସର ନେଇ ସାରିଛନ୍ତି । କିଛି ନ୍ୟସ୍ତ ସ୍ବାର୍ଥ୍ୟ କାରଣରୁ ଦେବାଶିଷ ଏପରି କହିଛନ୍ତି ବୋଲି କହିଛନ୍ତ ମାନସ ମଙ୍ଗରାଜ ।

ଅନ୍ୟପଟେ ସୁଲତା ଦେଓ କହିଛନ୍ତି, ପାଣ୍ଡିଆନଙ୍କ ଉପରେ ଦେବାଶିଷ ସାମନ୍ତରାୟଙ୍କ ଶତ୍ରୁତା ରହିଥିଲା । ନବୀନ ନିବାସରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବାରୁ ନିବୃତ୍ତ ରୁହନ୍ତୁ ବୋଲି କହିଛନ୍ତି ।

କହିରଖୁଛୁ କି, ପୂର୍ବରୁ ଦେବାଶିଷ ସାମନ୍ତରାୟ ନାଁ ନନେଇ ଭିକେ ପାଣ୍ଡିଆନଙ୍କ ଆଡ଼କୁ ଇଙ୍ଗିତ କରିଥିଲେ । ମୁଖ୍ୟ ପରାମର୍ଶଦାତା ରାଜନୀତିରେ ନଥାଇ ରାଜନୀତିକୁ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରୁଛନ୍ତି। ବଡ଼ ଡିଲ ହୋଇଥିବା ନେଇ ସେ ଆରୋପ ଲଗାଇଥିଲେ ।