fbpx

କି ନିନ୍ଦନୀୟ କାର୍ଯ୍ୟ: ୩ ଶିଶୁଙ୍କ ଉପରେ ଏସିଡ୍ ମାଡ଼, ଭାଇ-ଭାଇ ମଧ୍ୟରେ କଳହ, ୯ ଜଣଙ୍କ ଅବସ୍ଥା ଶୋଚନୀୟ

ନୂଆଦିଲ୍ଲୀ: ଏସିଡ୍ ନାଁ ଶୁଣିବା ମାତ୍ରକେ ମନ ଓ ଶରୀର ମଧ୍ୟରେ ଏକ ଅଜଣା ଭୟର ଶିହରଣ ଖେଳିଯାଇଥାଏ । ଅନେକ ସମୟରେ କିଛି ଦୁର୍ବୃତ୍ତ ପ୍ରେମରେ ବିଫଳ ହେବା, ପୂର୍ବ ଶତ୍ରୁତା ଆଦି ବିଭିନ୍ନ କାରଣରୁ ଅନ୍ୟ ଉପରେ ଏସିଡ୍ ମାଡ଼ କରିବାକୁ ପଛାଇ ନଥାନ୍ତି । ଏସିଡ୍ ମାଡ଼ କାରଣରୁ ଅନେକ ଯୁବକ, ଯୁବତୀଙ୍କ ମୁହଁ ସହ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ କ୍ଷତିଗ୍ରସ୍ତ ହୋଇଥାଏ । ତେଣୁ ଏଭଳି ସ୍ଥିତିରେ ପୀଡ଼ିତମାନେ ସମାଜ ଆଗରେ ନିଜକୁ ମୁହଁ ଦେଖାଇବାକୁ ଲଜ୍ଜାବୋଧ କରିବା ସହିତ ସେମାନଙ୍କର ମାନସିକ ସ୍ଥିତି ପ୍ରଭାବିତ ହୋଇଥାଏ ।

ଏସିଡ୍ ବିକ୍ରି ନେଇ ସରକାରଙ୍କ ତରଫରୁ ନିୟମ ରହିଥିଲେ ହେଁ କିଛି ଅପରାଧିକ ଶ୍ରେଣୀୟ ଲୋକମାନେ ଏହି କାର୍ଯ୍ୟରେ ସଂଶ୍ଲିଷ୍ଟ ରହିଥାନ୍ତି । ତେବେ ଆଜି ଏପରି ଏକ ଭୟଙ୍କର ଏସିଡ୍ ଆଟାକ୍ ମାମଲା ସାମ୍ନାକୁ ଆସିଛି । ବିହାରର ସୁପୌଲର ଜଦିଆ ଥାନାର ରଘୁନାଥପୁର ଗାଁରେ ଘଟିଯାଇଛି ବର୍ବରୋଚିତ ଘଟଣା । ଦୁଇ ସମ୍ପର୍କୀୟ ଭାଇ ସାମାନ୍ୟ କିଛି ଟଙ୍କାକୁ କେନ୍ଦ୍ର କରି ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

ତେବେ ଅର୍ଥ କାରବାରକୁ ନେଇ ସୃଷ୍ଟି ହୋଇଥିବା ଏହି ବିବାଦ ଶେଷରେ ଏସିଡ୍ ଆକ୍ରମଣର ପରିଣାମ ଦେଇଥିଲା । ଏହି ଆକ୍ରମଣରେ ଦୁଇ ପକ୍ଷରୁ ମୋଟ ୯ ଜଣ ଲୋକ ଘାୟଲ ହୋଇଥିବା ସେମାନଙ୍କ ମଧ୍ୟରେ ୩ ଜଣ ଶିଶୁ ରହିଛନ୍ତି । ଉକ୍ତ ଶିଶୁମାନଙ୍କ ମଧ୍ୟରେ ଜଣଙ୍କର ବୟସ ୪ ବର୍ଷ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ବୟସ ୬ ଓ ୧୦ ବର୍ଷ ବୋଲି ଜଣାପଡ଼ିଛି । ଦୁଇ ପକ୍ଷ ମଧ୍ୟରେ ବିବାଦ ଚାଳିଥିବା ବେଳେ ଜଣେ ୩୫ ବର୍ଷୀୟ ଯୁବକ ଅଚାନକ ତେଜାବ୍ ଆଣି ଫିଙ୍ଗିଥିଲେ । ଫଳରେ ଏଭଳି ଦୟନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.