fbpx

ଓଡ଼ିଶା କ୍ରୀଡ଼ା ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟ: ଅତ୍ୟାଧୁନିକ ଟେନିସ୍ କୋର୍ଟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଏକ ସଙ୍ଗେ ବସିପାରିବେ ୧୫୦୦ ଦର୍ଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାକୁ କ୍ରୀଡ଼ାର ହବରେ ପରିଣତ କରିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ ରହିଛି । ସେଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ପ୍ରୟାସ କରିବା ସହ ବିଭିନ୍ନ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଛନ୍ତି । ଏହା ମଧ୍ୟରେ ରାଜ୍ୟରେ ୨୦୧୮ ଓ ୨୦୨୩ ପୁରୁଷ ହକି ବିଶ୍ୱକପ ଆୟୋଜନ କରାଯାଇ ଓଡ଼ିଶାର ସୁନାମ ଦେଶ ବିଦେଶରେ ପହଞ୍ଚିଛି । ଏଥିସହିତ ବିଭିନ୍ନ ସମୟରେ ଏକାଧିକ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଉଛି ।

ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମର ମାନ୍ୟତା ଲାଭ କରିଛି । ଗତ ହକି ବିଶ୍ୱକପରେ ରାଜ୍ୟ ସରକାର ଶହ ଶହ କୋଟି ଖର୍ଚ୍ଚ କରି କ୍ରୀଡ଼ାକୁ ପ୍ରୋତ୍ସାହନ ଦେଇଥିଲେ । ସେହିପରି ରାଜ୍ୟରେ ମିଲେଟ ମିଶନ ଆରମ୍ଭ କରାଯାଇ ବିଶ୍ୱକପ ସମୟରେ ଖେଳାଳିଙ୍କୁ ମାଣ୍ଡିଆ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ଦିଆଯାଇଥିଲା । ଏହା ମାଧ୍ୟମରେ ରାଜ୍ୟ ସରକାର କୃଷି ଓ କୃଷକଙ୍କୁ ପ୍ରାଧାନ୍ୟ ଦେଇଥିଲେ । ଫଳରେ ରାଜ୍ୟର କୃଷିଜାତ ସାମଗ୍ରୀ ଦେଶ ବିଦେଶରେ ପହଞ୍ଚିବାରେ ସହାୟକ ହୋଇ ପାରିଛି ।

ତେବେ ଏହା ମଧ୍ୟରେ ଆଜି ଓଡ଼ିଶାର କ୍ରୀଡ଼ା ଇତିହାସରେ ପୁଣି ଏକ ସ୍ୱର୍ଣ୍ଣିମା ଅଧ୍ୟାୟ ଯୋଡ଼ି ହୋଇଛି । ଆଜି ରାଜଧାନୀ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଏକ ଅତ୍ୟାଧୁନିକ ଟେନିକ କୋର୍ଟ ଉଦଘାଟନ କରିଛି । ଏହି ଷ୍ଟାଡିୟମରେ ଏକସଙ୍ଗେ ୧୫୦୦ ଦର୍ଶକ ବସ ମ୍ୟାଚର ମଜା ଉଠାଇ ପାରିବେ । ପୂର୍ବରୁ ଷ୍ଟାଡିୟମରେ ଅନ୍ୟ ୧୦ଟି ଟେନିସ କୋର୍ଟ ରହିଥିବା ବେଳେ ସେଥିମଧ୍ୟରେ ୬ଟି ସିନ୍ଥେଟିକ ଓ ୪ଟି କ୍ଲେ କୋର୍ଟ ରହିଛି । ଆସନ୍ତା ମାସ ୪ ତାରିଖରୁ ଏହି ନୂଆ ଷ୍ଟାଡିୟମରେ ଜୁନିୟର ସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରାଯିବ । ଉକ୍ତ ଇଭେଣ୍ଟରେ ଏସିଆ ମହାଦେଶର ୧୫ଟି ଦେଶ ଅଂଶଗ୍ରହଣ କରିବେ ।

Get real time updates directly on you device, subscribe now.