fbpx
BSKY
BJD SHG SKY
BJD MC SKY

ଭୂମିକମ୍ପରେ ଥରି ଉଠିଲା ୩ଟି ଦେଶ: ପାକିସ୍ତାନ, ଚୀନ ସହ ନିଉ ଗିନିରେ ବଡ଼ ଧରଣର ଭୂକମ୍ପ

ନୂଆଦିଲ୍ଲୀ: ପୁଣିଥରେ ଭୂମିକମ୍ପରେ ଥରି ଉଠିଛି ଭାରତର ପଡ଼ୋଶୀ ରାଷ୍ଟ୍ର । ଏକାସାଙ୍ଗରେ ୩ଟି ଦେଶରେ ଅନୁଭୂତ ହୋଇଛି ବଡ଼ ଧରଣର ଭୂମିକମ୍ପ । ପାକିସ୍ତାନ ସମେତ ନିଉ ଗିନି ଏବଂ ଚୀନର କିଛି ଅଞ୍ଚଳରେ ଏହି ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ତେବେ ଭୂମିକମ୍ପର ପରିଣାମ ବିଷୟରେ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । କିନ୍ତୁ ଭୂମିକମ୍ପର ପ୍ରଭାବରେ ନିଦରେ ଶୋଇଥିବା ଲୋକ ଉଠି ବାହାରକୁ ଚାଲି ଆସିଛନ୍ତି । ଆଜି ଭୋର ସମୟରେ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଛି ।

ନେସନାଲ ସେଣ୍ୟର ଫର୍ ସିସ୍ମୋଲୋଜି ଅନୁସାରେ, ଆଜି ସକାଳ ପ୍ରାୟ ୩.୩୮ରେ ପାକିସ୍ତାନରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୨ ରେକର୍ଡ କରାଯାଇଛି । ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ ରିପୋର୍ଟ ମିଳିନାହିଁ । ତେବେ ଭୂକମ୍ପର ତୀବ୍ରତା ଖୁବ ଅଧିକ ରହିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ସେହିପରି ସକାଳ ୩.୪୫ରେ ଚୀନରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା କହିଛି ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର । ତେବେ ଏହି ଭୂକମ୍ପର ତୀବତା ୫.୦ ରହିଥିବା ଜଣାଯାଇଛି । ଏହାବ୍ୟତୀତ ପାପୁଆ ନ୍ୟୁ ଗିନିରେ ମଧ୍ୟ ଆଜି ସକାଳୁ ଭୂମିକମ୍ପ ହେବା ନେଇ ନେସନାଲ ସେଣ୍ଟର ଫର୍ ସେସ୍ମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି । ସମୟରେ ଅନୁଭୂତ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୫ ବାଲି ରେକର୍ଡ କରାଯାଇଛି ।

Get real time updates directly on you device, subscribe now.