fbpx

୩ କୋଟି ପିଲାଙ୍କୁ ଦିଆଯିବ ସ୍କଲାରସିପ୍: SC, ST ଓ OBC ପାଇବେ ବେନିଫିଟ୍

ନୂଆଦିଲ୍ଲୀ: ସମସ୍ତ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଓ ଅନ୍ୟ ପଛୁଆ ବର୍ଗ (ଓବିସି) ଶ୍ରେଣୀର ପିଲାଙ୍କ ପାଇଁ ଖୁସି ଖବର । ଏହି ସମସ୍ତ ଅନଗ୍ରସର ଶ୍ରେଣୀର ପିଲାଙ୍କୁ ସହାୟତା ପ୍ରଦାନ ନିମନ୍ତେ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି । ଏହାଫଳରେ ପ୍ରାୟ ୩ କୋଟି ପିଲାଙ୍କୁ ସ୍କଲାରସିପ୍ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଅଫିସ୍ ସୂତ୍ରରୁ ଜଣାପଡ଼ିଛି ।

ତେବେ ଏହି ସ୍କଲାରସିପ୍ ଆମାଉଣ୍ଟ ସମସ୍ତ ଶ୍ରେଣୀ ପାଇଁ ଅଲଗା ଅଲଗା ରହିଥିବା କୁହାଯାଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ମାଧ୍ୟମରେ ଏହି ସହାୟତା ରାଶି ପ୍ରଦାନ କରାଯିବ । ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ ବୈଠକ ବସିଥିଲା । ଏଥିପାଇଁ ସରକାର ବାର୍ଷିକ ୧୦ ହଜାର କୋଟି ବ୍ୟୟ ଅଟକଳ କରିଛନ୍ତି । ତେବେ ଏହି ଯୋଜନାରେ ଓବିସି ଶ୍ରେଣୀର ୨.୧ କୋଟି ଛାତ୍ର, ଏସସି ଶ୍ରେଣୀର ୯୦ ଲକ୍ଷ ଛାତ୍ର ଓ ଏସଟି ଶ୍ରେଣୀର ୩୦ ଲକ୍ଷ ଛାତ୍ର ଲାଭ ଉଠାଇବେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.