Breaking: ବନ୍ଦ ଘରୁ ୩ ଝୁଲନ୍ତା ମୃତଦେହ ଉଦ୍ଧାର, ବାହାରେ ଅଛନ୍ତି ବୃଦ୍ଧା ମାଆ

ବାପା, ୪୦ ବର୍ଷୀୟା ଝିଅ ଓ ୧୬ ବର୍ଷୀୟ ନାତିର ମୃତଦେହ ଉଦ୍ଧାର । ସଦର ଥାନା ଖମାର ଗାଁରେ ଅଭାବନୀୟ ଘଟଣା ।

ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲା ଚାଉଳିଆ ଖମାରି ଗାଁରେ ଚାଞ୍ଚଲ୍ୟ । ବନ୍ଦ ଘରୁ ମିଳିଲା 3 ଜଣଙ୍କ ଝୁଲନ୍ତା ମୃତଦେହ । ମୃତକମାନଙ୍କ ଭିତରେ ବାପା, ଝିଅ ଓ ନାତି ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଘରେ ଝୁଲୁଛି ମୃତଦେହ- ମୃତକମାନେ ହେଲେ ଶଙ୍କର୍ଷଣ ଦାସ, ଝିଅ ସୁବର୍ଣ୍ଣ ଓ ନାତି ସନ୍ତୋଷ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ତେବେ କେଉଁ କାରଣରୁ ମୃତ୍ୟୁ ହେଲା, ସେମାନେ ନିଜେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ ।

ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି । ତେବେ ବନ୍ଦ ଘର ବାହାରେ ବୃଦ୍ଧା ମାଆ ରହିଥିବା ବେଳେ ସସପେନ୍ସ ବୃଦ୍ଧି ପାଇଛି । ପୋଲିସର ତଦନ୍ତ ଶେଷ ହେବା ପରେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ।