fbpx
BSKY SKY
BSKY SKY

ଦୁଇ ଦିନରେ ଏୟାର ଇଣ୍ଡିଆର ୩ଟି ଫ୍ଲାଇଟ୍ ବନ୍ଦ, ଚିକାଗୋ ବିମାନବନ୍ଦରରେ ଫଶି ରହିଛନ୍ତି ୩୦୦ ଯାତ୍ରୀ

BSKY

ଚିକାଗୋ: ଗତ ଦୁଇ ଦିନ ହେଲାଣି ୩ଟି ଅନ୍ତରାଷ୍ଟ୍ରୀୟ ବିମାନ, ଯାନ୍ତ୍ରିକ ତ୍ରୁଟି ପାଇଁ ରଦ୍ଧ କରାଯାଇଛି । ଏହି ଉଡାଣ ବନ୍ଦ ହେବା କାରଣରୁ ମଙ୍ଗଳବାର ଠାରୁ ୩୦୦ ଯାତ୍ରୀ ଆମେରିକା ଚିକାଗୋ ବିମାନବନ୍ଦରରେ ଫସି ରହିଛନ୍ତି । ସୁତ୍ରରୁ ଜଣାପଡିଛି ଯେ, ଚିକାଗୋ ଏବଂ ବେକୁବର ଉଡାଣର ବିମାନ ଯାନ୍ତ୍ରିକ ତ୍ରୁଟି ପାଇଁ ଗତ ମଙ୍ଗଳବାର ଠାରୁ ବିମାନ ଚଳାଚଳ ବନ୍ଦ କରିଛନ୍ତି ।

ବିମାନର ଜଣେ ପ୍ରବକ୍ତା ଏନେଇ କହିଛନ୍ତି ଯେ, ‘ ପ୍ରଭାବିତ ଯାତ୍ରୀ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି । ସେମାନଙ୍କୁ ସମସ୍ତ ପ୍ରକାର ବ୍ୟଞ୍ଜନ ମଧ୍ୟ ପରସି ଦିଆଯାଉଛି । ଆମକୁ ଆମ ଯାତ୍ରୀ ମାନଙ୍କ ଏହି ଅସୁବିଧା ପାଇଁ ଅନୁତାପ କରୁଛୁ ।’ ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାଯାଇ ନାହିଁ ଯେ, କେତେ ଯାତ୍ରୀ ସମୁଦାୟ ପ୍ରଭାବିତ ହୋଇଛନ୍ତି ।

ଅନ୍ୟ ଜଣେ ପ୍ରବକ୍ତା କହିଛନ୍ତି ‘ ୧୪ ମାର୍ଚ୍ଚ ୨୦୨୩ରେ ଏୟାର ଇଣ୍ଡିଆର ଉଡାଣ ଏଆଇ ୧୨୬କୁ ଯାନ୍ତ୍ରିକ କାରଣରୁ ବନ୍ଦ କରାଯାଇଛି । ପ୍ରଭାବିତ ଯାତ୍ରୀ ମାନଙ୍କୁ ଅସୁବିଧା ନ ହେବା ପାଇଁ ସେମାନଙ୍କ ଧ୍ୟାନ ରଖାଯାଇଛି । ତାଙ୍କୁ ଅନ୍ୟାନ୍ୟ ଉଡାଣ ଜରିଆରେ ଘରକୁ ଫେରାଯାଉଛି ।’ ଏହା ବ୍ୟତୀତ ପ୍ୟାରିସରେ ଦିଲ୍ଲୀ ଆସୁଥିବା ଏକ ବିମାନକୁ ବନ୍ଦ କରାଯାଇଛି । ଏହି ସମ୍ବନ୍ଧରେ ସୂଚନା ଦେଇ ଏୟାର ଇଣ୍ଡିଆର ଜଣେ ପ୍ରବକ୍ତା କହିଛନ୍ତି ଯେ, ଉଡାଣ ସଂଖ୍ୟା ଏଆଇ୧୨୬କୁ ମାର୍ଚ୍ଚ ୧୪ରେ ଯାନ୍ତ୍ରିକ ତ୍ରୁଟି ପାଇଁ ବନ୍ଦ କରିବାକୁ ପଡିଛି ।

Get real time updates directly on you device, subscribe now.