fbpx
BSKY SKY
BSKY SKY

ଚିନ୍ତନ ଶିବିର ପରେ ଆକ୍ସନରେ କଂଗ୍ରେସ, ଟାସ୍କ ଫୋର୍ସ ସହ ୩ କମିଟି ଗଠନ, ୨୩ ନେତା ସମ୍ଭାଳିବେ ଦାୟିତ୍ଵ

BSKY

ନୂଆଦିଲ୍ଲୀ: ରାଜସ୍ଥାନର ଉଦୟପୁରରେ ଚିନ୍ତନ ଶିବିର ପରେ କଂଗ୍ରେସ ପାର୍ଟି ନିଜର ସାଂଗଠନିକ ସ୍ଥିତି ମଜବୁତ ପାଇଁ ଗମ୍ଭୀରତାର ସହ କାର‌୍ୟ୍ୟ କରିବା ଆରମ୍ଭ କରି ଦେଇଛି। ଏହି କ୍ରମରେ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଉଦୟପୁର ‘ନବ ସଂକଳ୍ପ’ ଘୋଷଣା ପତ୍ର ଲାଗୁ କରିବା ପାଇଁ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଶିବିରର ତୃତୀୟ ତଥା ଅନ୍ତିମ ଦିନରେ ପାର୍ଟି ଅଧ୍ୟକ୍ଷା ଘୋଷଣା କରିଥିଲେ ଯେ, ପାର୍ଟି ନୂତନ ପ୍ରସ୍ତାବ ଲାଗୁ କରିବା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିବ। ଏହା ବାଦ୍ ପାର୍ଟି ଆଉ ଦୁଇଟି କମିଟି ଗଠନକ କରିଛି।

ସୋନିଆ ଗାନ୍ଧୀ ସୋମବାର ରାଜନୀତି ପଲିଟିକଲ ଏଫାୟର୍ସ ଗ୍ରୁପ, ଟାସ୍କ ଫୋର୍ସ-୨୦୨୪ ଏବଂ କେନ୍ଦ୍ରୀୟ ଯୋଜନା କମିଟି ଗଠନ କରିଛନ୍ତି। ରାଜନୈତିକ ମାମଲା ଏବଂ ଟାସ୍କ ଫୋର୍ସ ପାଇଁ ୮ ନେତାଙ୍କ ଟିମ୍ ଗଠନ କରାଯାଇଥିବା ବେଳେ କେନ୍ଦ୍ରୀୟ ସ୍ତରରେ ଗଠିତ ଟିମରେ ୯ ଜଣଙ୍କୁ ସାମିଲ୍ କରାଯାଇଛି। ଏହି ସବୁ କମିଟି ଦଳର ସାଂଗଠନିକ ଏବଂ ଆଭ୍ୟନ୍ତୀଣ ସ୍ଥିତିର ସୁଧାର ଦିଗରେ କାମ କରିବେ।

କାହାକୁ ମିଳିଲା ଦାୟିତ୍ଵ

ସର୍ବଭାରତୀୟ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ଜାରି ସୂଚୀ ଅନୁସାରେ ପଲିଟିକଲ ଏଫାୟର୍ସ ଗ୍ରୁପରେ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ, ଗୁଲାମ ନବି ଆଜାଦ, ଅମ୍ବିକା ସୋନି, ଦିଗବିଜୟ ସିଂହ, ଆନନ୍ଦ ଶର୍ମା, କେସି ବେଣୁଗୋପାଳ, ଜିତେନ୍ଦ୍ର ସିଂହ ସାମିଲ୍। ଟାସ୍କ ଫୋର୍ସ-୨୦୨୪ରେ ପି ଚିଦାମ୍ବରମ, ମୁକୁଲ ଓ୍ଵାସନିକ, ଜୟରାମ ରମେଶ, କେସି ବେଣୁଗୋପାଳ, ଅଜୟ ମାକନ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରଣଦୀପ ସୁରଜେଓ୍ଵାଲା, ସୁନୀଲ କାନୁଗୋଲୁ ସାମିଲ୍।
ଏହା ବ୍ୟତୀତ ଭାରତ ଯୋଡ ଯାତ୍ରା ପାଇଁ ନଅ ଜଣିଆ କେନ୍ଦ୍ରୀୟ ଯୋଜନା କମିଟିରେ ଦିଗବିଜୟ ସିଂହ, ସଚିନ ପାଇଲଟ୍, ଶଶି ଥରୁର, ରବନୀତ ସିଂହ ବିଟ୍ଟୁ, କେଜି ଜର୍ଜ, ଜ୍ୟୋତି ମଣି, ପ୍ରଦ୍ୟୁତ ବୋର୍ଦୋଲୋଇ, ଜିତୁ ପଟଓ୍ଵାରୀ ଏବଂ ସଲୀମ ଅହମ୍ମଦଙ୍କ ନାମ ରହିଛି।

ଚିନ୍ତନ ଶିବିର ସମୟରେ ସୋନିଆ ଗାନ୍ଧୀ କହିଥିଲେ, କଂଗ୍ରେସ କାର‌୍ୟ୍ୟକାରୀଣୀ କମିଟିରୁ ଗୋଟିଏ ପରାମର୍ଶଦାତା କମିଟି ମଧ୍ୟ ଗଠନ କରାଯିବ। ଏହି କମିଟି ନିୟମିତ ବୈଠକ କରିବେ ଏବଂ ପାର୍ଟି ସାମ୍ନାରେ ଥିବା ଚ୍ୟାଲେଞ୍ଜ ଉପରେ ମାନସ ମନ୍ଥନ କରିବେ। ଖାସ୍ କଥା ଭାରତୀୟ ଜନତା ପାର୍ଟିରେ ମଧ୍ୟ ମାର୍ଗଦର୍ଶକ ମଣ୍ଡଳ ରହିଛି, ଯେଉଁଥିରେ ଦଳର ବରିଷ୍ଠ ନେତା ସାମିଲ୍।

Get real time updates directly on you device, subscribe now.