fbpx
BSKY SKY
BSKY SKY

ଦେଶକୁ ପୁଣି ଘାରିଲା ଭୟ: ଚିହ୍ନଟ ହେଲେ ତିନିଜଣ Monkeypox ସଂକ୍ରମିତ!

BSKY

ନୂଆଦିଲ୍ଲୀ: ମଙ୍କିପକ୍ସକୁ ନେଇ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ମଙ୍କିପକ୍ସର ତିନିଟି ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ଗାଜିଆବାଦରୁ ୨ଟି ଓ ନୋଏଡ଼ାରୁ ଗୋଟିଏ ମାମଲା ଆସିବା ପରେ ସନ୍ଦିଗ୍ଧ ସଂକ୍ରମିତଙ୍କ ନମୂନା ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜି (ଏନଆଇଭି) ପଠାଯାଇଛି ।

ତେବେ ସମସ୍ତ ମଙ୍କିପକ୍ସ ସଂକ୍ରମିତଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି । ନୋଏଡ଼ାରେ ରହୁଥିବା ଜଣେ ୪୭ ବର୍ଷୀୟା ମହିଳା ସ୍ୱାସ୍ଥ୍ୟ ବିଭାଗ ସହିତ ସମ୍ପର୍କ କରିବା ପରେ ତାଙ୍କର ସାମ୍ପୂଲ ନିଆଯାଇ ଯାଞ୍ଚ ପାଇଁ ପଠାଯାଇଛି । ସେହିପରି ଗାଜିଆବାଦର ଦୁଇଜଣଙ୍କ ସାମ୍ପୂଲ ପୁଣେ ସ୍ଥିତ ଏନଆଇଭିକୁ ପଠାଯାଇଛି । ସାମ୍ପୂଲ ରିପୋର୍ଟ ଆସିବା ପରେ ମଙ୍କିପକ୍ସ କି ନା ତାହା ସ୍ପଷ୍ଟ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ବର୍ତ୍ତମାନ ସୁଦ୍ଧା ନୋଏଡ଼ାରୁ କୌଣସି ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇ ନଥିଲେ ହେଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତ ସରିଛି । ଜିଲ୍ଲାର ହସ୍ପିଟାଲରେ ୧୦ ବେଡ୍ ବିଶିଷ୍ଟ ୱାର୍ଡ ପ୍ରସ୍ତୁତ କରାଯିବା ସହ ରୋଗୀଙ୍କ ଉପରେ କଡ଼ା ନଜର ରଖାଯାଉଛି । ଗତ ୨୪ ତାରିଖ ଦିନ ଦିଲ୍ଲୀରୁ ମଙ୍କିପକ୍ସର ଏକ ମାମଲା ସାମ୍ନାକୁ ଆସିଥିଲା । କେରଳରୁ ଗତ ୧୪ରେ ପ୍ରଥମ, ୧୮ରେ ଦ୍ୱିତୀୟ ଓ ୨୨ରେ ତୃତୀୟ ମାମଲା ସାମ୍ନାକୁ ଆସିଥିଲା । ସେହିପରି ତେଲେଙ୍ଗାନା ଓ ଦିଲ୍ଲୀରୁ ଗୋଟିଏ ଲେଖାଏଁ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । ଏପରି ଭାବେ ଦେଶରୁ ୫ଟି ମାମଲା ସାମ୍ନାକୁ ଆସିଛି ।

Get real time updates directly on you device, subscribe now.