fbpx
BSKY
BJD YOUTH SKY
BJD MS SKY

(Video) ପଶ୍ଚିମବଙ୍ଗ ରାଜନୀତି ହଲଚଲ: BJPରେ ମିଶିବେ TMCର ୩୮ ଜଣ ବିଧାୟକ! ଉଦ୍ଧବଙ୍କ ଅବସ୍ଥା ଭୋଗିବେ କି ଦିଦି

ନୂଆଦିଲ୍ଲୀ: ନିକଟରେ ମହାରାଷ୍ଟ୍ରରେ ବିଜେପି ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ଶିନ୍ଦେଙ୍କ ସହ ମିଶି ସରକାର ଗଠନ କରିଛି । ତେବେ ବିଜେପି ପାଖରେ ସଂଖ୍ୟାଗରିଷ୍ଠତା ନଥାଇ ବି ଭାଜପାର ଚାଣକ୍ୟ ଅମିତ ଶାହଙ୍କ ସୁଚତୁର ଗୋଟି ଚାଳନା ଦ୍ୱାରା ଶିବସେନାର କିଛି ବିଧାୟକଙ୍କୁ ନିଜ ସପକ୍ଷକୁ ଆଣିବା ସମ୍ଭବ ହୋଇଥିଲା । ଶେଷରେ ଉଦ୍ଧବ ଠାକରେ ନିଜର ଗାଦି ଛାଡ଼ିବାକୁ ବାଧ୍ୟ ହୋଇଥିଲେ ଓ ଦିଲ୍ଲୀ ମହାରାଷ୍ଟ୍ରର ପଛପଟୁ ଛୁରୀଘାତ କରିଥିବା ପରେ ଉଦ୍ଧବ ଅଭିଯୋଗ କହିଥିଲେ ।

ତେବେ ଏବେ ଆସିବା ବିଜେପିର କଟ୍ଟର ବିରୋଧୀ ବୋଲାଉଥିବା ମମତା ବାନାର୍ଜୀଙ୍କ ଗଡ଼କୁ । ପଶ୍ଚିମବଙ୍ଗରେ ଅଧିକାଂଶ ସମୟରେ ବିଜେପିକୁ ଦିଦିଙ୍କ ଗଡ଼ରେ ମାଟି କାମୁଡ଼ିବାକୁ ପଡ଼ିୁଛି । ଏପରିକି ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିଜେପି ଜାଣିଶୁଣି ଟିଏମସି ନେତାଙ୍କ ବିରୋଧରେ ପ୍ରୟୋଗ କରୁଛି ବୋଲି ଦିଦି ପୂର୍ବରୁ ଅଭିଯୋଗ କରିଥିଲେ । ତେବେ ଏବେ ଏକ ବିଶେଷ ଘଟଣା ପାଇଁ ବଙ୍ଗ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି ।

ଅଭିନେତା ତଥା ବିଜେପି ନେତା ମିଥୁନ୍ ଚକ୍ରବର୍ତ୍ତୀଙ୍କ ଏକ ବୟାନ ଆଜି ଦିଦିଙ୍କ ନିଦ ହଜାଇ ଦେଇଛି । ଟିଏମସିର ୩୮ ଜଣ ବିଧାୟକ ବିଜେପି ସମ୍ପର୍କରେ ରହିଛନ୍ତି । ଏପରି ୨୧ ଜଣ ବିଧାୟକ କେବଳ ମୋ ସମ୍ପର୍କରେ ଅଛନ୍ତି ବୋଲି କହିଛନ୍ତି ମିଥୁନ । ତେବେ ମିଥୁନଙ୍କ ଏହି ବୟାନ ପଛର ସତ୍ୟତା କ’ଣ, ଏହା ପଛରେ କି ରହସ୍ୟ ଲୁଚି ତାହା ତାହାକୁ ନେଇ ଏବେ ଉଠିଛିପ୍ରଶ୍ନ । ବିଧାନସଭାରେ ଟିଏମସିର ସଂଖ୍ୟାଗରିଷ୍ଠତା ରହିଥିଲେ ହେଁ ମହାରାଷ୍ଟ୍ରର ଗେମ୍ ବଙ୍ଗରେ ଯେ ଆପ୍ଲାଏ ନହେବ, ସେକଥା କିଏ କହିବ । ଉଦ୍ଧବଙ୍କ ଅବସ୍ଥା ଦିଦି ଭୋଗୁଛନ୍ତି କି ନା ତାହା ସମୟ ଆସିଲେ ହିଁ ଜଣାପଡ଼ିବ ।

Get real time updates directly on you device, subscribe now.